ବିଶ୍ୱକପ୍‌: ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ହାରିଲା ଭାରତ

ବିଶ୍ୱକପ୍‌ ପୂର୍ବରୁ ନିଜର ପ୍ରଥମ ଅଭ୍ୟାସ ମ୍ୟାଚରେ ଶନିବାର ଭାରତ ହାରିଛି। କେନିନ୍‌ଟନ୍‌ ଓଭାଲରେ ଖେଳାଯାଇଥିବା ଏହି ମ୍ୟାଚ୍‌କୁ ନ୍ୟୁଜିଲାଣ୍ଡ ୬ ଓ୍ଵିକେଟ୍‌ରେ ଜିତିଛି। ଦ୍ୱିତୀୟ ଇନିଂସରେ ନ୍ୟୁଜିଲାଣ୍ଡ ୧୮୦ ରନ୍‌ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା ଏବଂ ଏହାକୁ ୩୭.୧ ଓଭରରେ ୪ ଓ୍ଵିକେଟ ହରାଇ ହାସଲ କରିଛି।

ଦଳପାଇଁ ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌ ୬୭ ରନ୍‌ ଓ ରସ୍‌ ଟେଲର ୭୧ ରନ୍‌ କରିଥିଲେ। ଓପନର ମାର୍ଟିନ ଗୁପଟିଲ ୨୨ ରନ୍‌ ଓ କୋଲିନ ମୁନରେ ୪ ରନ କରି ଆଉଟ ହୋଇଥିଲେ। ହେନ୍‌ରି ନିକୋଲ ଅପରାଜିତ ୧୫ ରନ୍‌ କରିଥିଲେ। ଭାରତୀୟ ବୋଲର ଯଶପ୍ରୀତ ବୁମରା, ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ ଓ ରବୀନ୍ଦ୍ର ଜାଦେଜା ୧-୧ ଓ୍ଵିକେଟ୍‌ ନେଇଥିଲେ।

Spread the love