6 ଲକ୍ଷ ଡାକ୍ତର, 20 ଲକ୍ଷ ନର୍ସଙ୍କ ଅଭାବ

ଭାରତରେ ପ୍ରାୟ 6 ଲକ୍ଷ ଡାକ୍ତର ଏବଂ 20 ଲକ୍ଷ ନର୍ସଙ୍କ ଅଭାବ ପରିଲକ୍ଷିତ ହୋଇଛି। ଆବଶ୍ୟକ ସଂଖ୍ୟକ ପ୍ରଶିକ୍ଷିତ ଡାକ୍ତର ଏବଂ ନର୍ସ ନଥିବାରୁ ରୋଗୀଙ୍କୁ ଜୀବନ ରକ୍ଷାକରି ଔଷଧ ଦିଆଯାଇପାରୁନାହିଁ। ଫଳରେ ଲକ୍ଷାଧିକ ରୋଗୀ ଉପଯୁକ୍ତ ଔଷଧ ନପାଇ ମୃତ୍ୟୁବରଣ କରୁଥିବା ରିପୋର୍ଟ ପ୍ରକାଶ କରିଛି ଆମେରିକାର ସେଣ୍ଟର୍‌ ଫର ଡିଜିଜ୍‌ ଡାଇନାମିକ୍‌ସ, ଇକୋନୋମିକ୍‌ସ ଆଣ୍ଡ ପଲିସି (ସିଡ଼ିଡ଼ିଇପି)। ସିଡ଼ିଡ଼ିଇପିର ସୂଚନା ଅନୁଯାୟୀ ଆବଶ୍ୟକ ଥିବା ପ୍ରଶିକ୍ଷିତ ଡାକ୍ତର ଏବଂ ନର୍ସଙ୍କ ଅଭାବ ବ୍ୟତୀତ ସ୍ୱାସ୍ଥ୍ୟ ସେବାରେ ସରକାର କରୁଥିବା ଖର୍ଚ୍ଚ ମଧ୍ୟ ଅତି କମ୍‌। ଫଳରେ ଆଣ୍ଟିବାୟୋଟିକ ଉପଲବ୍ଧ ଥିଲେ ମଧ୍ୟ ରୋଗୀଙ୍କ କିଣିବା କ୍ଷମତା ନଥିବାରୁ ମୃତ୍ୟୁମୁଖରେ ପଡୁଛନ୍ତି। ଭାରତରେ 65 ପ୍ରତିଶତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଖର୍ଚ୍ଚ ଗରିବ ଲୋକଙ୍କ ପାଖରେ ପହଞ୍ଚିପାରୁନାହିଁ। ନିମ୍ନ ମଧ୍ୟ ଆୟବର୍ଗର ଦେଶରେ ଅଧିକାଂଶ ମୃତ୍ୟୁ ଘଟିବାର କାରଣ ରୋଗୀ ଆଣ୍ଟିବାୟୋଟିକ ପାଇପାରୁନାହାନ୍ତି। ସିଡ଼ିଡ଼ିଇପିର ଗବେଷକ ରମଣ ଲକ୍ଷ୍ମୀନାରାୟଣ କହନ୍ତି ନୂଆନୂଆ ଆଣ୍ଟିବାୟୋଟିକ ଉଦ୍ଭାବନ ହେଉଥିଲେ ମଧ୍ୟ ନିମ୍ନମାନର ସ୍ୱାସ୍ଥ୍ୟ ସେବା ଏବଂ ପରିଚାଳନଗତ ନିୟମ ଯୋଗୁଁ ରୋଗୀଙ୍କ ପାଖରେ ପହଞ୍ଚିପାରୁନି ତେଣୁ ଅଧିକାଂଶ ରୋଗୀ ଆଣ୍ଟିବାୟୋଟିକ ନପାଇବା ଯୋଗୁଁ ମୃତ୍ୟୁବରଣ କରୁଛନ୍ତି। ତଥ୍ୟ ଅନୁଯାୟୀ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତି ହଜାର ଲୋକରେ ଜଣେ ଡାକ୍ତର ରହିବା ମାନଦଣ୍ଡ ସ୍ଥିର କରିଥିବା ବେଳେ ଭାରତରେ 10189 ରୋଗୀଙ୍କ ପାଇଁ ଜଣେ ଡାକ୍ତର ଅଛନ୍ତି।

Spread the love