୧୪ରେ ଭାରତ ଓ ପାକିସ୍ତାନ ମଧ୍ୟରେ ୨ୟ ପର୍ଯ୍ୟାୟ ଆଲୋଚନା

ଶିଖମାନଙ୍କର ଅନ୍ୟତମ ପ୍ରସିଦ୍ଧ ଆଧ୍ୟାତ୍ମିକ ସ୍ଥଳୀ ‘କରତାରପୁର କରିଡର’ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣି ଥରେ ଆଲୋଚନା ହେବ । ଉଭୟ ଭାରତ ଓ ପାକିସ୍ତାନ ପାଇଁ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପ୍ରଥମ ପର୍ଯ୍ୟାୟର ଆଲୋଚନା ବିଫଳ ହୋଇଛି । ବର୍ତ୍ତମାନ ଏହାରି ଉପରେ ଜୁଲାଇ ୧୪ରେ ପାକିସ୍ତାନର ୱାଘାରେ ଆଲୋଚନା ହେବ ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି । ଆଗାମୀ ଜୁଲାଇ ୧୧ ରୁ ୧୪ ମଧ୍ୟରେ ଆଲୋଚନା ପାଇଁ ନୂଆଦିଲ୍ଲୀ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଜୁନ ଶେଷ ସପ୍ତାହରେ ଦିଆଯାଇଥିଲା । କରତାରପୁର କରିଡର ନେଇ ଆଗାମୀ ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ଅଲୋଚନା ହେବ । ଏଥିରେ ଶ୍ରଦ୍ଧାଳୁଙ୍କ ଆଗମନ ଓ କରିଡର ଭିତ୍ତିଭୂମି ମଧ୍ୟ ସାମିଲ ଅଛି । ପ୍ରଥମ ବୈଠକ ମାର୍ଚ୍ଚ ୧୪ରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଭାରତ ଦିନକୁ ୫୦୦୦ ଶ୍ରଦ୍ଧାଳୁକୁ କରତାରପୁର ପଠାଇବାକୁ ପ୍ରସ୍ତାବ ଦେଇଥିଲା । ମାତ୍ର ପାକିସ୍ତାନ ମାତ୍ର ୭୦୦ ଜଣଙ୍କ ଆଗମନକୁ ଅନୁମତି ଦେଇଥିଲା । ଭାରତୀୟ ପାସପୋର୍ଟ ପରିଚୟ ଭାବେ ସ୍ୱୀକାର କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । 

କରତାରପୁର କରିଡର ପ୍ରସଙ୍ଗରେ ପାକିସ୍ତାନ ଭାରତର କିଛି ପ୍ରସ୍ତାବକୁ ମନା କରିଦେଇଥିଲା । ଏଥିରେ ଗୋଟିଏ ହେଲ, ଶ୍ରଦ୍ଧାଳୁ ବିନା ଭିଜାରେ କରତାରପୁର ସାହିବ ଯିବାକୁ ଦାବି ଥିଲା କିନ୍ତୁ ପାକିସ୍ତାନ କହିଥିଲା ଯେ, ସେ ଠିକ ସମୟରେ ଭିସା ଜାରି କରିବ । ପୂର୍ବରୁ କରତାରପୁର କରିଡର ନେଇ ସଂକଟ ଦେଖାଯାଇଥିଲା । ଏହା ଥିଲା ଚଳିତମାସର ୨୨ ତାରିଖର ଘଟଣା । ଏହି ପ୍ରକଳ୍ପ କାମ ଆରମ୍ଭ କରିବା ପୂର୍ବରୁ ପାକିସ୍ତାନ କିଛି ସର୍ତ୍ତ ରଖିଛି । ସୂଚନାଯୋଗ୍ୟ ଶିଖ ସଂପ୍ରଦାୟର ଅନ୍ୟତମ ପବିତ୍ର ସ୍ଥଳକୁ ବର୍ଷ ସାରା ଖୋଲା ରଖାଯାଉ ବୋଲି ଭାରତ ପ୍ରସ୍ତାବ ଦେଇଥିଲା । ମାତ୍ର ପାକିସ୍ତାନ ଏବେ ଭାରତର ପ୍ରସ୍ତାବକୁ ତୀବ୍ର ବିରୋଧ କରିଛି ।  

Spread the love