ମେଦବହୁଳତାରେ ଭାରତର ସ୍ଥାନ ତୃତୀୟ

ପରିବର୍ତିତ ଜୀବନଶୌଳୀ ଏବଂ ଖାଦ୍ୟପେୟରେ ଅନିୟମିତାତ ଯୋଗୁଁ ସାରା ବିଶ୍ୱରେ ମେଦବହୁଳତା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏବଂ ସାରା ବିଶ୍ୱରେ ମେଦବହୁଳତା ବା ମୋଟାପା କ୍ଷେତ୍ରରେ ଆମ ଭାରତ ବିଶ୍ୱରେ ତୃତୀୟ ସ୍ଥାନ ରହିଛି । ଯାହା ନିକଟରେ ପ୍ରକାଶିତ ଲାନସେଟ ରିପୋର୍ଟରେ ପ୍ରକାଶ ପାଇଛି । ରିପୋର୍ଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ ସମଗ୍ର ବିଶ୍ୱରେ ବର୍ତମାନ ୧୦୦ କୋଟିରୁ ଅଧିକ ଲୋକ ମେଦବହୁଳତାର ଶିକାର ହୋଇଥିବା ବେଳେ ୧୯୯୦ ପରଠାରୁ ଏହା ଚାରିଗୁଣ ବୃଦ୍ଧି ପାଇଛି । ବିଶ୍ୱରେ ସବୁଠାରୁ ଅଧିକ ମେଦବହୁଳତା ରେ ଶିକାର ହୋଇଥିବା ବ୍ୟକ୍ତି ରହୁଥିବା ଶ୍ରେଷ୍ଠ ଦଶ ତାଲିକାରେ ଆମେରିକା , ଦ୍ୱିତୀୟରେ ଚୀନ ଓ ତୃତୀୟରେ ଭାରତ ରହିଛି । ଏକ ରିପୋର୍ଟ ଅନୁସାରେ ଭାରତରେ ରହୁଥିବା ପ୍ରାୟ ୮ କୋଟି ଲୋକ ମୋଟାପା ର ଶିକାର ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ରୁ ୧୯ ବର୍ଷ ବୟସର ଲୋକ ପ୍ରାୟ ୧ କୋଟି ଥିବା ଜଣାପଡିଛି । ଏବଂ ସବୁଠାରୁ ବଡ କଥା ହେଉଛି କୋଭିଡ ମହାମାରୀ ପରେ ଶିଶୁଙ୍କ କ୍ଷେତ୍ରରେ ମେଦବହୁଳତା ବହୁତ ବଢିଥିବା ଦେଖିବାକୁ ମିଳିଛି । ମହିଳାଙ୍କ କ୍ଷେତ୍ରରେ ମେଦବହୁଳତାର ହାର ୯ ପ୍ରତିଶତ ବଢିଥିବା ବେଳେ ପୁରୁଷଙ୍କ କ୍ଷେତ୍ରରେ ଏହା ୫ ପ୍ରତିଶତ ବଢିଛି । ଏବଂ ୫ ରୁ ୧୯ ବର୍ଷ ବୟସ ବର୍ଗର ୭୦ ଲକ୍ଷ ପୁଅ ଓ ୫୦ ଲକ୍ଷ ଝିଅଙ୍କ ଠାରେ ମେଦବହୁଳତା ଦେଖିବାକୁ ମିଳିଛି ।

Spread the love