ଯଦି ଭାରତ- ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ହୁଏ; କ’ଣ ରହିବ ବିଶ୍ୱର ସ୍ଥିତି, ପଢନ୍ତୁ ଏହି ରିପୋର୍ଟରେ

ଭାରତ ଏବଂ ପାକିସ୍ତାନ  ମଧ୍ୟରେ ବଢୁଥିବା ଉତ୍ତେଜନାକୁ ନେଇ ବିଶ୍ୱବ୍ୟାପୀ ଚିନ୍ତା ବଢିବାରେ ଲାଗିଛି । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯଦି ଯୁଦ୍ଧ ହୁଏ ତାହେଲେ କଣ ହେବ । ତେବେ ଆସନ୍ତୁ ଜାଣିବା ଯୁଦ୍ଧର ଭୟାବହତା କେତେ –

 ଗୋଟିଏ ସପ୍ତାହରେ ହିଁ 2 କୋଟି 10ଲକ୍ଷ ଲୋକ ମୃତ୍ୟୁବରଣ କରିବେ । ଯେଉଁମାନେ ଜୀବିତ ରହିବେ ସେମାନେ ରେଡିଏସନ୍ ର ପ୍ରଭାବରେ ଜୀବନ ହାରିବେ । ଅଧା ଦୁନିଆରୁ ଗରମ ଏବଂ ଶୀତର ପ୍ରଭାବ କମିଯିବ । ପରମାଣୁ ଜନିତ ଋତୁରେ ଦୁନିଆ ନଷ୍ଟାଭିମୁଖ ହେବ । ପୃଥିବୀରେ ସବୁଜିମା ଭଳି ଶବ୍ଦ ଉଭେଇଯିବ । ଅଧା ଦୁନିଆରୁ ଦୁଇ ମିଲିୟନ୍ ଲୋକ ଭୋକଉପାସରେ ମରିଯିବେ ।

ଜୀବନ ହରାଇବେ 2 କୋଟିରୁ ଅଧିକ ଲୋକ : ବୈଜ୍ଞାନିକଙ୍କ କହିବାନୁସାର ପରମାଣୁ ବୋମାର ଆକ୍ରୋଶରେ ଗୋଟିଏ ସପ୍ତାହରେ ହିଁ 2 କୋଟି 10 ଲକ୍ଷ ଲୋକ ମୃତ୍ୟୁବରଣ କରିବେ । ବର୍ତ୍ତମାନ ଆତଙ୍କବାଦୀ , ଜନତା ଏବଂ ଯବାନଙ୍କୁ ଯେତେ ପରିମାଣରେ କ୍ଷତି ପହଂଚାଉଛି ପରମାଣୁ ଯୁଦ୍ଧରେ ଏହାର 2 ହଜାର ଗୁଣ ଅଧିକ ଜୀବନ ଯିବ । ଅବସ୍ଥା ଏଭଳି ହେବ ଯେ ଗୋଟିଏ ସ୍ଥାନରୁ ବଣଜଙ୍ଗଲର ନାମ ହିଁ ମାଟିରେ ମିଶିଯିବ ଯାହାଦ୍ୱାରା ୨ ମିଲିୟନ୍ ଲୋକ ଭୋକଉପାସରେ ଆଉଟୁପାଉଟୁ ହୋଇ ମରିବେ ।

ଲୋକ ଭୋକଉପାସରେ ଛଟପଟ୍ ହୋଇ ମରିବେ : କଥା କେବଳ ଭାରତ କିମ୍ବା ପାକିସ୍ତାନର ନୁହଁ । ଯୁଦ୍ଧ ମଝିରେ ଅଧା ଦୁନିଆର ସ୍ଥିତି ରହିଛି । ଯଦି ଦୁର୍ଭାଗ୍ୟବଶତଃ ଭାରତ ଏବଂ ପାକିସ୍ତାନ ଭିତରେ ଯୁଦ୍ଧର ପରିସ୍ଥିତି ଉପୁଜେ ଏବଂ ଏହି ଦୁଇଦେଶ ଯଦି ଯୁଦ୍ଧରେ ନିଜର ଅଧା ପରମାଣୁ ବୋମାର ବଟନ୍ ଦବାଇ ଦିଅନ୍ତି ତେବେ ଗୋଟିଏ ଝଟକାରେ ଦୁଇଦେଶରୁ 1 କୋଟି 10 ଲକ୍ଷ ଲୋକ ମରିଯିବେ । ଏହାର ପ୍ରଭାବ ବାକି ଦେଶରେ ମଧ୍ୟ ପଡିପାରେ ।

ନିୟନ୍ତ୍ରାଧୀନ ହେବ ବିଶ୍ୱ : ଭାରତ ଏବଂ ପାକିସ୍ତାନ ପାଖରେ ଯେଉଁ ପରମାଣୁ ବୋମା ଅଛି ସେଥିରୁ ସବୁ ବମ୍ ହିରୋସିମା ଉପରେ ପକାଯାଇଥିବା 15 କିଲୋଟନ୍ ବମ୍ ବରାବର୍ ହୋଇଥାଏ । ଏହି ବୋମା ଯେଭଳି ପଡିବ ଏହାର ଗରମ,ଉତ୍ତପ୍ତ ଏବଂ ରେଡିଏସନ୍ ଲୋକଙ୍କୁ ମାରିବାରେ ଯଥେଷ୍ଟ । ଏହାପରେ ମଧ୍ୟ ଯଦି ଲୋକ ବଚିଂଯାଉଛନ୍ତି ତେବେ ତାଙ୍କ ପାଖରେ ବଚିଂବା ବହୁତ କଷ୍ଟକର ହୋଇପଡିବ । ଭୋପାଳ ଗ୍ୟାସ୍ ର ତିନିବର୍ଷ ପରେ ମଧ୍ୟ ଆଜି ତୃତୀୟ ପିଢି ମଧ୍ୟ ରୋଗିଣା ହୋଇ ଜନ୍ମ ନେଉଛନ୍ତି । ଏ ତ ପରମାଣୁ ବୋମା! ଅନୁମାନ କରନ୍ତୁ ଏହାର ପ୍ରଭାବ କେତେ ଲମ୍ବା ଏବଂ ବିପଦଜନକ ହେବ ।

ଛିଦ୍ର ହୋଇଯିବ ଓଜନ୍ ପରତ : ବୋମାର ରେଡିଏସନ୍ ନା କେବଳ ଲୋକଙ୍କୁ ପ୍ରଭାବ ପକାଇବ ଅନ୍ୟ ତରିକାରେ ମଧ୍ୟ ତିଳତିଳ କରି ମାରିବ । ବୈଜ୍ଞାନିକଙ୍କ କହିବାନୁସାର ଏତେ ରେଡିଏସନ୍ ରେ ବାୟୁମଣ୍ଡଳରେ ଓଜନ ପରତ ବରବାଦ୍ ହୋଇଯିବ । ଏହାର ଅର୍ଥ ହେଉଛି ବାୟୁମଣ୍ଡଳରୁ ଋତୁ ପରିବର୍ତ୍ତନର ଧାରା ହିଁ ବଦଳିଯିବ । ଏହି କଥାରୁ ଆପଣ ଅନୁମାନ ଲଗାଇ ପାରୁଥିରେ ବୃକ୍ଷ,ଲତାଙ୍କ କ’ଣ ହେବ ।

Spread the love