ଆଗାମୀ ଦିନରେ ବିଶ୍ୱ ଅର୍ଥନୀତିର କେନ୍ଦ୍ରବିନ୍ଦୁ ହେବ ଭାରତ – ଧର୍ମେନ୍ଦ୍ର ପ୍ରଧାନ

ଆଗାମୀ ଦିନରେ ଭାରତ ବିଶ୍ୱ ଅର୍ଥନୀତିର କେନ୍ଦ୍ରବିନ୍ଦୁ ହେବ ଏବଂ ଏଥିପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକ ରହିଛି ବୋଲି ଶୁକ୍ରବାର ମୁମ୍ବାଇ ଠାରେ ବିଜନେସ୍ ଟୁଡେ ପକ୍ଷରୁ ଆୟୋଜିତ ମାଇଣ୍ଡ ରସ୍ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତରେ ଅର୍ଥନୀତିକୁ ସୁଦୃଢ କରିବା ପାଇଁ ସମସ୍ତଙ୍କ ପରିଶ୍ରମ ସହ ଋଣନୀତି ପ୍ରସ୍ତୁତି କରାଯିବା
ସହ ବିଭିନ୍ନ ଯୋଜନା କରାଯିବା ଦରକାର । ଦେଶର ଭଲ ଅର୍ଥନୀତି ପାଇଁ ବ୍ୟବସ୍ଥା ନୁହେଁ ବରଂ ଦେଶକୁ ଏକତ୍ରୀକରଣ
କରିବାକୁ ପଡିବ । ସମସ୍ତଙ୍କୁ ନେଇ କାମ କଲେ ଦେଶ ଆଗକୁ ବଢିବ ଏବଂ ମୋଦି ସରକାର ଏଥିପାଇଁ ଚେଷ୍ଟିତ ବୋଲି ଶ୍ରୀ
ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ସ୍ଥିରତା ଦେଖାଯାଉଛି । ଅପରପକ୍ଷରେ ବିଶ୍ୱରେ ଉର୍ଜାର ଅଭିବୃଦ୍ଧି ବଢିଥିବା
ବେଳେ ବିଶେଷଭାବରେ ଭାରତରେ ଅଧିକାଂଶ ଅଭିବୃଦ୍ଧି ବଢିଛି । ଦେଶର ଗ୍ରାମାଂଚଳରେ ପେଟ୍ରୋଲର ବ୍ୟବହାର ବଢିଛି ।
ବିଗତ ୩ ବର୍ଷରେ ୩ କୋଟି ଲୋକଙ୍କ ଘରେ ବିଜୁଳି ପହଁଚିଛି । ସ୍ୱାଧୀନତାର ୭୦ ବର୍ଷ ପରେ ପ୍ରାଥମିକ ଉର୍ଜା ଭାବରେ
ବିଜୁଳି ଏତେସଂଖ୍ୟକ ଘରେ ପହଁଚିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ୨୦୨୨ ସୁଦ୍ଧା ସମସ୍ତ ଗରିବଙ୍କ ମୁଣ୍ଡ ଉପରେ ପକ୍କା ଘର ନିର୍ମାଣ, ୧୫ କୋଟି ଲୋକଙ୍କ
ଘରେ ପାନୀୟ ଜଳର ବ୍ୟବସ୍ଥା ପାଇଁ ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି । ମୋଦି ସରକାରରେ ୨୦ କୋଟିରୁ ଅଧିକ ଲୋକଙ୍କ
ନାଁରେ ବ୍ୟାଙ୍କ୍ ଖାତା ଖୋଲାଯାଇଛି । ତେବେ ପୂର୍ବରୁ ଏହା କାହିଁକି ସମ୍ଭବ ନଥିଲା ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।
ଦେଶରେ ଚ୍ୟାଲେଞ୍ଜ ବହୁତ ଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ଗରିବଙ୍କ ସମସ୍ୟାକୁ ସମାଧାନ କରିବାରେ ସର୍ବଦା ଆଗୁଆ
ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଦେଶର ସମସ୍ୟାକୁ ସାହାସର ସହିତ ସମାଧାନ କରିବାର ଆବଶ୍ୟକତା ରହିଛି
ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Spread the love