୪-୧ରେ ସିରିଜ୍‌ ଜିତିଲା ଭାରତ

ନ୍ୟୁଜିଲ୍ୟାଣ୍ଡ-ଭାରତ ଦିନିକିଆ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ରେ ଭାରତ ଘରୋଇ ଦଳ ନ୍ୟୁଜିଲ୍ୟାଣ୍ଡକୁ ୩୫ ରନ୍‌ରେ ହରାଇଛି। ଏଥିସହିତ ୪-୧ ସିରିଜ୍‌ ଜିତିନେଇ ବିଶ୍ୱକପ୍‌ ପୂର୍ବରୁ ଟିମ ଇଣ୍ଡିଆ ଭାରତୀୟ କ୍ରୀଡ଼ାପ୍ରେମୀଙ୍କ ପାଇଁ ଏକ ଖୁସି ଖବର ଆଣିଦେଇଛି।

ଏହା ୨୦୧୯ କ୍ରିକେଟ୍‌ ମହାକୁମ୍ଭରେ ଖେଳାଳିମାନଙ୍କ ଉତ୍ସାହ ଦ୍ୱିଗୁଣିତ କରିବ ନିଶ୍ଚୟ। ଆଜି ଭାରତ ପ୍ରଥମେ ବ୍ୟାଟିଂ କରି ଅମ୍ବାତି ରାୟଡ଼ୁଙ୍କ ୯୦ ରନ୍‌ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୨୨ ବଲରେ ବିଷ୍ଫୋରକ ୪୫ ରନ ବଳରେ ନ୍ୟୁଜିଲ୍ୟାଣ୍ଡ ପାଇଁ ୨୫୩ ରନ୍‌ର ଟାର୍ଗେଟ୍‌ ରଖିଥିଲା।

ତେବେ ଭାରତୀୟ ବୋଲିଂ ବାହିନୀର ଆକ୍ରମଣ ଓ ରଣନୀତି ସଫଳ ହେବାରୁ କିୱି ଦଳ ସବୁ ୱିକେଟ ହରାଇ ମାତ୍ର ୨୧୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

Spread the love