ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ୧୮୮ ରନରେ ଜିତିଲା ଟିମ୍ ଇଣ୍ଡିଆ

ବାଂଲାଦେଶର ଚଟ୍ଟଗ୍ରାମସ୍ଥିତ ଜହୁର୍‌ ଅହମଦ୍‌ ଚୌଧୁରୀ ଷ୍ଟାଡିୟମ୍‌ରେ ଆୟୋଜିତ ଦୁଇ-ମ୍ୟାଚ୍‌ ସିରିଜ୍‌ର ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌ର ୫ମ ଦିନରେ ଆଜି ବାଂଲାଦେଶକୁ ୩୨୪ ରନ୍‌ରେ ଆଉଟ୍‌ କରି ଭାରତ ୧୮୮ ରନ୍‌ରେ ବିଜୟୀ ହୋଇ ୧-୦ରେ ଅଗ୍ରଣୀ ରହିଛି। ପ୍ରଥମେ ୧୧.୨ ଓଭର୍‌ ଖେଳି ବାଂଲାଦେଶ ୫୨ ରନ୍‌ ସଂଗ୍ରହ କରି ୪ ୱିକେଟ୍‌ ହରାଇଥିଲା। ଗତକାଲି ଏହି ମ୍ୟାଚ୍‌ର ୪ର୍ଥ ଦିନରେ ଦ୍ୱିତୀୟ ଇନିଙ୍ଗସ୍ ଖେଳୁଥିବା ବାଂଲାଦେଶ ୬ ୱିକେଟ୍‌ ବିନିମୟରେ ୨୭୨ ରନ୍‌ ସଂଗ୍ରହ କରିଥିଲା। ଏହି ପ୍ରଥମ ଟେଷ୍ଟ୍‌ ମ୍ୟାଚର ଦ୍ୱିତୀୟ ଇନିଙ୍ଗସରେ ୫୧୩ ରନ୍‌ ସଂଗ୍ରହ କରି ଭାରତ ପାଳି ଘୋଷଣା କରିଥିଲା। ଏହି ସିରିଜର ପ୍ରଥମ ଟେଷ୍ଟ୍‌ ମ୍ୟାଚରେ ଭାରତ ପ୍ରଥମ ଇନିଙ୍ଗସରେ ୪୦୪ ଓ ଦ୍ୱିତୀୟ ଇନିଙ୍ଗସରେ ୨୫୮ ରନ୍‌ ସଂଗ୍ରହ କରିଛି। ସେହିପରି, ବାଂଲାଦେଶ ପ୍ରଥମ ଇନିଙ୍ଗସରେ ୧୫୦ ଓ ଦ୍ୱିତୀୟ ଇନିଙ୍ଗସରେ ୩୨୪ ରନ୍‌ କରିଛି।

ଦ୍ୱିତୀୟ ଇନିଙ୍ଗସରେ ଭାରତୀୟ ବୋଲର୍‌ ଅକ୍ଷର ପଟେଲ୍‌ ୪ ୱିକେଟ୍‌ ଓ କୁଳଦୀପ ଯାଦବ ୩ ୱିକେଟ୍‌ ନେଇଛନ୍ତି। ସେହିପରି, ଖେଳର ୪ର୍ଥ ଦିନରେ ବାଂଲାଦେଶର ଜାକିର୍‌ ହସନ୍‌ ଶତକ ହାସଲ୍‌ କରି ଶ୍ରେଷ୍ଠ ରନ୍‌ ସଂଗ୍ରାହକ ହୋଇଛନ୍ତି। ଏହି ସିରିଜର ଦ୍ୱିତୀୟ ଟେଷ୍ଟ୍‌ ମ୍ୟାଚ୍‌ ଡିସେମ୍ବର ୨୨ ତାରିଖ ଦିନ ମିରପୁରରେ ଆରମ୍ଭ ହେବ।

Spread the love