କାହା ବଳରେ ବଳିୟାନ ଭାରତୀୟ ବାୟୁସେନା…

ଭାରତୀୟ ବାୟୁସେନା ପୃଥିବୀରେ ଚତୁର୍ଥ ଶକ୍ତିଶାଳୀ ସେନା । ଭାରତର ବାୟୁସେନାର ପରାକ୍ରମ ନିକଟରେ ସାରା ବିଶ୍ୱ ଦେଖିଛି । ବାୟୁସେନା ନିକଟରେ ଥିବା ହତିଆର ଏବଂ ଅତ୍ୟାଧୁନିକ ବିମାନପାଇଁ ଭାରତୀୟ ବାୟୁସେନା ସବୁବେଳେ ଚର୍ଚ୍ଚାରେ । ଭାରତ ନିକଟରେ ଏହି ସବୁ ଲଢୁଆ ବିମାନ ରହିଛି ।


୧. ସୁଖୋଇ ୩୦ ଏମକେଏଲ– ୨ସିଟ୍ ଏବଂ ଦୁଇ ଇଞ୍ଜନ ବିଶିଷ୍ଟ ଏହି ବିମାନ ମିଡିୟମ ରେଞ୍ଜରେ ଶତ୍ରୁକୁ ଆକ୍ରମଣ କରିବାର କ୍ଷମତା ରଖିଛି I ଘଣ୍ଟା ପ୍ରତି ୨୫୦୦ କିମି ବେଗରେଏହି ବିମାନ ଗତି କରେ । ଏହାକୁ ଭାରତ ଋଷଠାରୁ କିଣିଛି ।


୨.ମିରାଜ-୨୦୦୦
ଗୋଟିଏ ସିଟ ଓ ଗୋଟିଏ ଇଞ୍ଜିନ ବାଲା ଏହି ବିମାନ ଭାରତ ଫ୍ରାନ୍ସଠାରୁ ହାସଲ କରିଛି । ଘଣ୍ଟାପ୍ରତି ଏହାର ବେଗ ୨୪୯୫କିମି; ୧୩୦ମିମିର ଇଣ୍ଟରନାଲ ଗନ ସହିତ ଦୁଇଟି ମଧ୍ୟମ ଦୂରବାଲା ଏବଂ ୫୫୦ ମେଜିକ ମିଶାଇଲ ନେଇ ଉଡ଼ିବାରେ ସକ୍ଷମ ଏହି ବିମାନ ।
୩. ମିଗ-୨୯- ଏହି ମିଗ ୨୯ ବିମାନ ଦୁଇ ଇଞ୍ଜନ ଗୋଟିଏ ସିଟ ବିମାନ । ଏହି ଋଷିୟ ବିମାନ ଘଣ୍ଟାପ୍ରତି୨୪୪୫କିମି ବେଗରେ ଉଡାଣ କରିପାରେ । ୩୦ମିମି ଇଣ୍ଟରନାଲ ଗନ୍ ସହିତ ୨୭ହଜାର ରାଡାର … ମିଶାଇଲ ନେଇ ଉଡିପାରେ ।
୪. ଜାଗୁଆର – ଦୁଇ ଇଞ୍ଜିନ ଏବଂ ଗୋଟିଏ ସିଟବାଲ ଏହି ଆକ୍ରମଣାତ୍ମକ ବିମାନ ଫ୍ରାନ୍ସ ଏବଂ ବ୍ରିଟେନ ଦ୍ୱାରା ନିର୍ମିତ । ଏହା୧୩୫୦କିମି ପ୍ରତି ଘଣ୍ଟାର ଗତିକରେ, ୩୫୦ ମେଜିକ ମିଶାଇଲ ସହ ୪୭୫୦ କିଲୋଗ୍ରାମ ଅତିରିକ୍ତ ଓଜନ ବହନ କରିପାରେ ।

୫. ଏମଆଇ ୨୬- ଦୁଇ ଇଞ୍ଜିନ ବାଲା ଭାରୀ ଇଞ୍ଜିନ ଉଠାଇବାରେ ସକ୍ଷମ ଏହି ହେଲିକପ୍ଟର । ଋଷଠାରୁ ଭାରତ ଏହି ବିମାନ କିଣିଥିଲା । ଏଥିରେ ୭୦ସୈନିକ ଓ ୨୦୦୦୦ କିମି ଓଜନର ବିସ୍ଫୋରକ ନିଆ ଯାଇପାରେ । ଘଣ୍ଟାପ୍ରତି ବେଗ ଏହାର୨୯୫କିମି ।
୬. ଏମଆଇ ୧୭ବି୫- ଏମଆଇ ୧୭ବି୫  ହେଲିକପ୍ଟର ଅତ୍ୟାଧୁନିକ ଟେକନିକ ସହିତ ଏହା ନିର୍ମିତ ହୋଇଛି । ଯେକୌଣସି ପାଣିପାଗରେ ଏହା ଶତ୍ରୁପକ୍ଷକୁ ଆକ୍ରମଣ କରିପାରେ ।

Spread the love