ଜମ୍ମୁକଶ୍ମୀରରେ ଦୁଇ ଆତଙ୍କବାଦୀଙ୍କୁ ନିପାତ କଲେ ଭାରତୀୟ ସେନା

ଶ୍ରୀନଗର: ଜମ୍ମୁକଶ୍ମୀରର ମାଛିଲ ସେକ୍ଟରରେ ଆଜି ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି | ଏହି ଦୁଇ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବାବେଳେ ଯବାନଙ୍କ ଗୁଳିରେ ନିହତ ହୋଇଛନ୍ତି | ମିଳିଥିବା ସୂଚନା ମୁତାବକ ଜମ୍ମୁକଶ୍ମୀର କୁପୱାଡା ପୁଲିସକୁ ଗୁଇନ୍ଦା ସୂଚନା ମିଳିଥିଲା ଯେ ମେ ୧ରେ ଆତଙ୍କବାଦୀଙ୍କ ଏକ ଗୋଷ୍ଠୀ ମାଛିଲ ସେକ୍ଟର ଦେଇ ଅନୁପ୍ରବେଶ କରିପାରନ୍ତି |

ଏହି ଆତଙ୍କବାଦୀମାନେ ମାଛିଲ ସେକ୍ଟର ପାର୍ଶ୍ୱରେ ଥିବା ଲଂଚ ପ୍ୟାଡ଼ ଦେଇ ଅନୁପ୍ରବେଶ କରିବାକୁ ଚେଷ୍ଟା କରିବେ | ଆଉ ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷାକର୍ମୀ ନଜର ରଖିଥିଲେ | ଦୁଇ ଜଣ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବାବେଳେ ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ହୋଇଥିଲେ | ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇବାରୁ ଏହାର ଜବାବ ଦେବାକୁ ଯବାନମାନେ ବି ଗୁଳି ଚଳାଇଥିଲେ | ଯେଉଁଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ | ଆତଙ୍କବାଦୀଙ୍କ ନିକଟରୁ ଦୁଇଟି ଏକେ ୪୭ ରାଇଫଲ, ୬ଟି ଏକେ ୪୭ ମାଗାଜିନ, ଏକେ ୪୭ର ୧୫୯ ରାଉଣ୍ଡ ଗୁଳି, ଦୁଇଟି ହ୍ୟାଣ୍ଡ ଗ୍ରେନେଡ ଜବତ କରାଯାଇଛି |

Spread the love