ଜାଣନ୍ତୁ ଏହି ଭାରତୀୟ ଗୁପ୍ତଚର ଯେ କି ପାକିସ୍ତାନର ନିଦ ହଜେଇ ଦେଇଥିଲେ

ପାକିସ୍ତାନର ସବୁ କୂଟନୈତିକ ଚକ୍ରାନ୍ତ ବିଫଳ କରିବାରେ ସଫଳ ହେଉଛନ୍ତି ଭାରତୀୟ ଗୁପ୍ତଚର । ଆପଣ ନିଶ୍ଚିତ ହିନ୍ଦୀ ଚଳଚିତ୍ର ରାଜି ଫିଲ୍ମ ଦେଖିଥିବେ । ଏହି ଫିଲ୍ମରେ ଗୋଟିଏ ଭାରତୀୟ ଗୁପ୍ତଚର ଝିଅର କାହାଣୀ ପ୍ରଦର୍ଶିତ କରାଯାଇଥିଲା । ଜଣେ ଭାରତୀୟ ଝିଅ ନିଜ ଜୀବନକୁ ବାଜି ଲଗାଇ କିପରି ପାକିସ୍ତାନରେ ରହି ଭାରତ ପାଇଁ ଜାସୁସି କରିଥିଲେ ତାହା ସ୍ପଷ୍ଟ ଅନୁମେୟ । ତେବେ ଆମେ ବାସ୍ତବରେ ଭାରତର ହିରୋ ବା ଗୁପ୍ତଚର ଯେ କି ନିଜ ଜୀବନକୁ ବାଜି ଲଗାଇ ପାକିସ୍ତାନରେ ରହି ଭାରତ ପାଇଁ କାମ କରିଥିଲେ ସେମାନଙ୍କ କଥା ଏଠାରେ ଉଳ୍ଲେଖ କରୁଛୁ ।


୧. ମୋହନଲାଲ ଭାସ୍କର
ପରିବାରର ଅଜାଣତରେ ମୋହନ ଲାଲ ଜାସୁସି ଟ୍ରେନିଂ ଆରମ୍ଭ କରିଥିଲେ । ଟ୍ରେନିଂ ସମୟରେ ଇସଲାମ ଉପରେ ସମସ୍ତ ତଥ୍ୟ ତାଙ୍କୁ ତାଲିମ ଦିଆଯାଇଥିଲା । ସେତେବେଳେ ମୋହନଲାଲଙ୍କ ନାମ ପରିବର୍ତ୍ତନ କରାଯାଇ ମହମ୍ମଦ ଅସଲମ ନାମ ରଖାଯାଇଥିଲା । ଟ୍ରେନିଂ ଶେଷହେବା ପରେ ତାଙ୍କୁ ପରମାଣୁ ବୋମା ଉପରେ ସମସ୍ତ ତଥ୍ୟ ହାସଲ କରିବା ପାଇଁ ପାକିସ୍ତାନକୁ ପଠାଯାଇଥିଲା । ଏହି ସମୟରେ ପାକିସ୍ତାନ ପାଇଁ ଜାସୁସି କରୁଥିବା ଜଣେ ବ୍ୟକ୍ତି ମହନଲାଲଙ୍କୁ ଧୋକ୍କା ଦେଇଥିଲା । ଏହାଫଳରେ ମୋହନଲାଲଙ୍କୁ ୧୪ବର୍ଷ କାରାବାସ ଭୋଗିବାକୁ ପଡିଥିଲା । ଜେଲରୁ ବାହାରି ଭାରତକୁ ଫେରି ସେ ଆନ ଇଣ୍ଡିଆନ ସ୍ପାଏ ଇନ୍ ପାକିସ୍ତାନ ପୁସ୍ତକ କରିଥିଲେ ।


୨. ରବିନ୍ଦ୍ର କୌଶିକ
ରବିନ୍ଦ୍ର କୌଶିକ ଜଣେ ଡ୍ରାମା କଳାକାର ଥିଲେ । ଷ୍ଟେଜରେ କାମ କରିବା ସମୟରେ ‘ର’ ନାମକ ଗୁଇନ୍ଦା ସଂସ୍ଥାର ଜଣେ ଲୋକ ତାଙ୍କୁ ଦେଖିବା ଦେଖିଥିଲା । ସେ ରବିନ୍ଦ୍ରଙ୍କୁ 2ବଷ ପର୍ଯ୍ୟନ୍ତ ଜାସୁସି ଟ୍ରେନିଂ ଦେଇଥିଲା । ଏହାପରେ ରବିନ୍ଦ୍ରଙ୍କୁ 23ବର୍ଷ ବୟସରେ ପାକିସ୍ତାନ ପଠାଯାଇଥିଲା । ପାକିସ୍ତାନ ଯିବା ସମୟରେ ତାଙ୍କ ନାମ ପରିବର୍ତ୍ତନ କରାଯାଇ ନବି ଅହମ୍ମଦ ରଖାଯାଇଥିଲା । ପାକିସ୍ତାନକୁ ଯାଇ ସେ ଓକିଲାତି ପଢ଼ିବା ପରେ ସେ ଆର୍ମିରେ ଯୋଗ ଦେଇଥିଲେ । ସେସମୟରେ ପାକିସ୍ତାନର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଭାରତକୁ ପଠାଉଥିଲେ । ତାଙ୍କର ନିର୍ଭିକତା କାର୍ଯ୍ୟ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଧିରା ଗାନ୍ଧୀ ବ୍ଲାକ ଟାଇଗର ଉପାଧି ଦେଇଥିଲେ । ଶେଷରେ କିନ୍ତୁ ସେ ପାକିସ୍ତାନ ସେନା ହାତରେ ଧରାପଡି ୧୯୮୩ ରୁ ୧୯୯୯ ଯାଏ ଜେଲରେ ନିର୍ଯ୍ୟାତନା ସହି ନପାରି ମୃତ୍ୟୁବରଣ କଲେ । 

୩. କାଶ୍ମିର ସିଂହ
ସେହିଭଳି ଆଉ ଜଣେ ବୀର ଥିଲେ କାଶ୍ମୀର ସିଂହ । ସେ ନିଜ ନାମକୁ ମହମ୍ମଦ ଇବ୍ରାହିମ ରଖି ପାକିସ୍ତାନକୁ ଯାଇଥିଲେ । ସେଠାରେ ସେ ବହୁ ବର୍ଷ ରହି ପାକିସ୍ତାନ ଓ ସୀମାରେ କେତେ ସୈନିକ ଥିଲେ ତାହାର ସମସ୍ତ ତଥ୍ୟ ସହ ଫଟୋ ଭାରତକୁ ପଠାଉଥିଲେ । ଏହାସହ ସୈନିକଙ୍କର ସମସ୍ତ ଗତିବିଧିକୁ ଲକ୍ଷ୍ୟ କରି ଭାରତକୁ ସମସ୍ତ ତଥ୍ୟ ଯୋଗାଉ ଥିଲେ । ବହୁ ବର୍ଷ ଏଭଳି କାର୍ଯ୍ୟ କରିବା ପରେ ପାକିସ୍ତାନ ସେନା ଆଗରେ ଧରାପଡ଼ିଥିଲେ । ଏହାପରେ 25ବର୍ଷ ଧରି ପାକିସ୍ତାନ ଜେଲରେ ରହି ଭାରତକୁ ଫେରିଥିଲେ ।

Spread the love