ଭାରତୀୟ ରେଳର ବୁକିଂ ନିୟମରେ ପରିବର୍ତ୍ତନ, ଆଜିଠୁ ୬୦ ଦିନ ପୂର୍ବରୁ ବୁକିଙ୍ଗ୍
ନୂତନ ମାସ ଆରମ୍ଭ ହେବା ସହିତ ନିୟମରେ ବି ପରିବର୍ତ୍ତନ ହୋଇଛି । ଆଜିଠାରୁ ଭାରତୀୟ ରେଳର ନିୟମ ପରିବର୍ତ୍ତନ ହୋଇଛି । ହଁ ଆଜ୍ଞା ଆଜି ଠାରୁ ଅର୍ଥାତ୍ ୧ ନଭେମ୍ବର ଠାରୁ ରେଳ ଟିକେଟର ନୂଆ ଆଡଭାନ୍ସ ବୁକିଙ୍ଗ ନିୟମ ଲାଗୁ ହେଉଛି । ନୂଆ ନିୟମ ଅନୁସାରେ ବର୍ତ୍ତମାନ ୬୦ ଦିନ ବା ଦୁଇ ମାସ ପୂର୍ବରୁ ହିଁ ଆଡଭାନ୍ସ ଟ୍ରେନ୍ ଟିକେଟ୍ ବୁକିଙ୍ଗ କରିବେ ଆପଣ । ଏହାପୂର୍ବରୁ ଯାତ୍ରୀମାନଙ୍କୁ ୧୨୦ ଦିନ ପୂର୍ବରୁ ଟ୍ରେନ୍ ଟିକେଟ୍ ବୁକ୍ କରିବାକୁ ପଡୁଥିଲେ । ହେଲେ ଆଜି ଠାରୁ ଏଥିରେ ପରିବର୍ତ୍ତନ ହୋଇଛି, ଏବେ ଆପଣଙ୍କୁ ଆଉ ୧୨୦ ଦିନ ନୁହେଁ ବରଂ ୬୦ ଦିନ ପୂର୍ବରୁ ଟ୍ରେନ୍ ଟିକେଟ୍ ଆଡଭାନ୍ସ ବୁକ୍ କରିବାକୁ ପଡିବ ।
ଏବେ ଭାରତୀୟ ରେଳର ନୂଆ ନିୟମ ଲାଗୁ ହେବା ପରେ ଅନେକ ପ୍ୟାସେଞ୍ଜରଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ଯେଉଁମାନେ ପୂର୍ବରୁ ଟିକେଟ୍ ବୁକ୍ କରିଛନ୍ତି ସେମାନେ କଣ କରିବେ । ଏହା ବ୍ୟତୀତ ପ୍ରଶ୍ନ ଆସୁଛି ଯେ ଭାରତୀୟ ରେଳ, ଆଡଭାନ୍ସ ଟିକେଟ ବୁକିଙ୍ଗ ସମୟକୁ କାହିଁକି ପରିବର୍ତ୍ତନ କରିଛି । ତାହେଲେ ଚାଲନ୍ତୁ ଆଜି ଆମେ ଆପଣଙ୍କୁ ନୂଆ ନିୟମ ସୗହ ଜଡିତ କିଛି ପ୍ରଶ୍ନର ଉତ୍ତର ଜାଣିବା ।
କାହିଁକି ଲାଗୁହେଲା ନୂଆ ନିୟମ
ରେଳ ମନ୍ତ୍ରାଳୟ ଅନୁସାରେ ୧୨୦ ଦିନରେ ଆଡଭାନ୍ସ ଟିକେଟ ବୁକିଙ୍ଗରେ ବହୁତ ଅଧିକ କ୍ୟାନ୍ସଲେସନ ଏବଂ ସିଟ୍ ଖାଲି ରହୁଥିବା ଦେଖିବାକୁ ମିଳିଲା । ୧୨୦ ଦିନର ଆଡଭାନ୍ସ ଟିକେଟ୍ ବୁକିଙ୍ଗରେ ୨୧ ପ୍ରତିଶତ ଟିକେଟ କ୍ୟାନ୍ସଲ ହୋଇଯାଏ ଏବଂ ୪ ରୁ ୫ ପ୍ରତିଶତ ଲୋକ ଯାତ୍ରା କରନ୍ତି ନାହିଁ । ଏହାବ୍ୟତୀତ ଅନେକ ଥର ଯାତ୍ରୀ ଟିକେଟ କ୍ୟାନ୍ସଲ କରନ୍ତି ନାହିଁ କି ଯାତ୍ରା ମଧ୍ୟ କରନ୍ତି ନାହିଁ । ଏହାଦ୍ବାରା ଠକାମୀର ପଡିବାର ସମ୍ଭାବନା ବଢ଼ିଯାଏ ଏବଂ ଯାହାକୁ ବାସ୍ତବରେ ଟିକେଟ ଆବଶ୍ୟକ ଥାଏ ତାଙ୍କୁ ସିଟ୍ ମିଳେନି । ଭାରତୀୟ ରେଳ ଅନୁଯାୟୀ ଯାତ୍ରୀମାନେ ୪ ମାସ ପୂର୍ବରୁ ଟିକେଟ୍ ତ ବୁକିଙ୍ଗ କରିଦିଅନ୍ତି, ହେଲେ ଅଧିକାଂଶ ଟିକେଟର ବୁକିଂର ଯାତ୍ରା ୪୫ ଦିନ ଭିତରେ ହୋଇଥାଏ । ଏହି ସମସ୍ତ କାରଣରୁ ଭାରତୀୟ ରେଳ ଆଡଭାନ୍ସ ଟିକେଟ୍ ବୁକିଙ୍ଗ ସମୟକୁ ୧୨୦ ଦିନରୁ ହ୍ରାସ କରାଇ ୬୦ ଦିନ କରିଦେଇଛି ।
ଯେଉଁମାନେ ପୂର୍ବରୁ ଟିକେଟ ବୁକ୍ କରିଛନ୍ତି ସେମାନେ କଣ କରିବେ?
ଭାରତୀୟ ରେଳ ସ୍ପଷ୍ଟ କରିଛି ଯେ ଏହି ନିୟମ ୧ ନଭେମ୍ବର ଠାରୁ ହିଁ ଲାଗୁ ହେଉଛି । ଏହାର ଅର୍ଥ ହେଉଛି ୩୧ ଅକ୍ଟୋବର ପର୍ଯ୍ୟନ୍ତ ଆଡଭାନ୍ସ ବୁକିଂ ୧୨୦ ଦିନ ହିଁ ଥିଲା । ଅର୍ଥାତ୍ ଯଦି ଆପଣ ୪ ମାସ ପୂର୍ବର ଟିକେଟ୍ ବୁକ୍ କରିଛନ୍ତି ତାହେଲେ ଆପଣ ସହଜରେ ଯାତ୍ରା କରିପାରିବେ ।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ନୂଆ ନିୟମ ଅନୁଯାୟୀ ୬୦ ଦିନର ବୁକିଂରେ କ୍ୟାନ୍ସଲେସନର ସୁବିଧା ମିଳିବ । ଏହାଛଡା ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଟିକେଟ୍ ବୁକିଙ୍ଗର ସମୟ ସୀମା ୩୬୫ ଦିନର ଅଟେ । ଯେଉଁଥିରେ କୌଣସି ବି ପରିବର୍ତ୍ତନ କରାଯାଇନାହିଁ ।
କେଉଁମାନଙ୍କୁ ଫାଇଦା ହେବ ଏବଂ କାହକୁ କ୍ଷତି
ଦୀପାବଳି ଏବଂ ଛଟ୍ ପର୍ବରେ ରେଳ ଷେ୍ଟସନ ଗୁଡିକରେ ବହୁତ ଭିଡ ଦେଖିବାକୁ ମିଳେ । ଅନେକ ଯାତ୍ରୀ ଅଭିଯୋଗ କରନ୍ତି ଯେ ସେମାନଙ୍କୁ ରିଜର୍ଭେସନ୍ ମିଳେନାହିଁ । ଏହି କାରଣରୁ ଲୋକମାନଙ୍କୁ ଜେନେରାଲ ବଗିରେ ଯାତ୍ରା କରିବାକୁ ପଡୁଛି । ଫେଷ୍ଟିଭ ସିଜନରେ ଟ୍ରେନ ଟିକେଟର କଳାବଜାରୀ ବଢ଼ିଯାଏ, ଯାହାଦ୍ବାରା ରେଳକୁ ଭାରି କ୍ଷତି ସହିବାକୁ ପଡିଥାଏ । ଏମିତିରେ ଆଡଭାନ୍ସ ଟିକେଟ ବୁକିଂର ସମୟସୀମାକୁ କମ୍ କରି କଳାବଜାରୀ ଉପରେ ରୋକ ଲଗାଇବାର ଚେଷ୍ଟା କରାଯାଉଛି ।
ଭାରତୀୟ ରେଳର ଏହି ପରିବର୍ତ୍ତନ ନିୟମରେ ଫାଇଦା ସ୍ପେଶାଲ ଟ୍ରେନ୍ ଗୁଡିକୁ ହେବ । ଯେଉଁଥିରେ କମ୍ କ୍ୟାନ୍ସଲେସନ୍ ଏବଂ ଯାତ୍ରୀଙ୍କ ଭିଡର ଅନୁମାନ ଲଗାଯାଇପାରିବ । ଯାହାକୁ ଦେଖି ଭାରତୀୟ ରେଳ ଦ୍ବାରା ଯାତ୍ରୀଙ୍କ ପାଇଁ ଠିକ ପଦକ୍ଷେପ ନିଆଯାଇପାରିବ ।