ବିଦେଶ ଜିମରେ ଗଲା ଭାରତୀୟ ଛାତ୍ରଙ୍କ ଜୀବନ

ନୂଆଦିଲ୍ଲୀ: ଆମେରିକାର ଚିକାଗୋ ସହର ଇଣ୍ଡିଆନାରୁ ଏକ ଅଭାବନୀୟ ଘଟଣା ସାମ୍ନ‌ାକୁ ଆସିଛି। ଏଠାରେ ଜଣେ ଭାରତୀୟ ଛାତ୍ରଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିବାର ଘଟଣା ସାମ୍ନାକୁ ଆସିଛି। ଛାତ୍ର ଜଣକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଡାକ୍ତରଙ୍କ ପକ୍ଷରୁ ପ୍ରକାଶ ପାଇଛି ମୃତ ଛାତ୍ରଙ୍କ ନାମ ବରୁଣ ରାଜ ପୁଚା ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ବରୁଣ ଭଲ୍‌ପାରାଇସୋ ୟୁନିଭର୍ସିଟିର କମ୍ପ୍ୟୁଟର ସାଇନ୍ସର ଛାତ୍ର ଥିଲେ। ସେ ପ୍ରତିଦିନ ରହୁଥିବା ଘର ଠାରୁ କିଛି ଦୂରରେ ଥିବା ଏକ ଫିଟ୍‌ନେସ୍‌ ସେଣ୍ଟର(ଜିମ୍‌ )କୁ ବ୍ୟାୟାମ କରିବାକୁ ଯାଇଥାଆନ୍ତି। ଅକ୍ଟୋବର ୨୯ ତାରିଖରେ ବି ବରୁଣ ଜିମକୁ ଯାଇଥି‌ଲେ କିନ୍ତୁ ସେଠାରେ ତାଙ୍କୁ ଜୋର୍ଡାନ୍‌ ଆଣ୍ଡାଡେ ନାମକ ଜଣେ ଯୁବକ ଆକ୍ରମଣ କରିଥିଲେ।।

ଏହାକୁ ପ୍ରତିବାଦ କରିବାରୁ ସେ ବରୁଣଙ୍କୁ ଛୁରୀ ଭୁସି ଦେଇଥିଲେ। ଫଳରେ ବରୁଣ ରକ୍ତାକ୍ତ ଅବସ୍ଥ‌ାରେ ଚଟଣାରେ ପଡ଼ିଯାଇଥି‌ଲେ । ଘଟଣାସ୍ଥଳକୁ ଧାଇଁ ଆସି ଅନ୍ୟଲୋକମାନେ ବରୁଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ଗତବୁଧବାର ତାଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି।

ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଜୋର୍ଡାନ୍‌ ଆଣ୍ଡାଡେ କାହିଁକି ବରୁଣଙ୍କୁ ହତ୍ୟାକଲେ ସେନେଇ କୌଣସି ସ୍ପଷ୍ଟ ସୂଚନ‌ା ମିଳି ପାରି ନାହିଁ। ଘଟଣା ତଦନ୍ତ କରୁଛି ପୁଲିସ। ଏଥିସହିତ ଅଭିଯୁକ୍ତଙ୍କୁ ପୁଲିସ କାବୁ କରିଥିବା ବେଳେ ଜୋର୍ଡାନ୍‌ ଆଣ୍ଡାଡେ କିନ୍ତୁ କରିଥିବା ଦୋଷକୁ ସ୍ବୀକାର କରୁ ନାହାନ୍ତି।

ବରୁଣଙ୍କ ପରିବାର ଲୋକ ଏହି ଖବର ପାଇବା ପରେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ସେମାନଙ୍କ କହିବାନୁସାରେ, ‘ପୁଅର ପାଠପଢ଼ା ଆଉ ଏକବର୍ଷ ଥିଲା। ଏହାପରେ ସେ ଘରକୁ ଫେରି ଆସିଥାଆନ୍ତା। କିନ୍ତୁ ଘରକୁ ଆସିବା ପୂର୍ବରୁ ତା’ସହିତ ଏମିତି ଘଟଣା ଘଟିଲା ଯେ ତା’ର ମରଶରୀର ସହିତ ଆମର ଆଶା, ସ୍ବପ୍ନ ସବୁକିଛି ଶେଷ ହୋଇଗଲା।’

Spread the love