ଇଣ୍ଡିଆନ୍ ୟୁଥ ଆସୋସିଏସନ୍  ଦ୍ଵାରା ନୂତନ ଟ୍ରାଫିକ୍ ନିୟମ ସଚେତନତା ନିମନ୍ତେ  ଜନସଚେତନତା 

ଆଜି ଇଣ୍ଡିଆନ୍ ୟୁଥ ଆସୋସିଏସନ୍ ( ଆଇ.ୱାଇ.ଏ ) ଦ୍ଵାରା ଭୁବନେଶ୍ୱର ଟ୍ରାଫିକ ପୋଲିସ ସହଯୋଗରେ ନୂତନ ଟ୍ରାଫିକ୍ ନିୟମ ସଚେତନତା ନିମନ୍ତେ ଭୁବନେଶ୍ୱର ରୂପାଲି ଛକ ଠାରେ ଏକ ଭିନ୍ନ ଢ଼ଙ୍ଗରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର କମିଶନରେଟ ଏ.ସି.ପି – କେ.କେ ପାଣିଗ୍ରାହୀ ଓ  ଟ୍ରାଫିକ ପୋଲିସ ଟିମ ଯୋଗଦାନ ଦେବା ସହିତ ଲୋକ ମାନଙ୍କୁ ଟ୍ରାଫିକ୍ ନିୟମ ଉପରେ ବୁଝାଇଥିଲେ । ଏହା ସହିତ ସମସ୍ତ ଲୋକଙ୍କୁ ଆଇ.ୱାଇ.ଏ ସଦସ୍ୟଙ୍କ ଦ୍ଵାରା ଚାବିରିଙ୍ଗ, ଲିଫ୍‌ଲେଟ୍ ଓ ଗାଡ଼ିରେ ଷ୍ଟିକର ଲଗାଇ ସଚେତନତା କରାଯାଇଥିଲା ।ଚାବିରିଙ୍ଗ ଓ ଗାଡି ଷ୍ଟିକରରେ ଏକ ସଚେତନତାର ବାର୍ତ୍ତା ଲେଖାଯାଇଥିଲା । ସେହି ସଚେତନତା ବାର୍ତ୍ତାଟି ହେଉଛି “ମୁଁ ବି ମାନୁଛି ଟ୍ରାଫିକ ନିୟମ” “ଅାପଣ ମଧ୍ୟ ମାନନ୍ତୁ” । ଏହି ସଚେତନତା ବାର୍ତାକୁ ୬ ଟି ଜିଲ୍ଲାରେ ହୋଇଥିବା ବେଳେ ସାରା ଓଡ଼ିଶାରେ କରାଯିବ ବୋଲି ଏଇ.ୱାଇ.ଏ ଜନ ସମ୍ପର୍କ ଅଧିକାରୀ ଆଦିତ୍ୟ ସାମଲ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମ କୁ ସଫଳତାର ସହିତ ସଂପୂର୍ଣ୍ଣ କରିବାରେ ଆଇ.ୱାଇ.ଏ ର ଜନ ସଂପର୍କ ଅଧିକାରୀ ଆଦିତ୍ୟ ସାମଲ, ଏନ .ଏଚ ପ୍ରିୟା ଗଡ଼ନାୟକ, ସରୋଜ ପାଟସାଣି, ସାସ୍ବତୀ ନାୟକ, ଗୁରମୀତ ପୃଷ୍ଟି, ସାନୁ ସରକାର, ପ୍ରଶାନ୍ତ, ସାଗର ଯୋଗଦାନ କରିଥିଲେ ।
Spread the love