ଭଦ୍ରକରେ ୭୫ ତମ ସ୍ୱାଧିନତା ଦିବସ ପାଳିତ

ଦେଶ ପାଳୁଛି ୭୫ ତମ ସ୍ୱାଧୀନତା ଦିବସ । ଭଦ୍ରକରେ ଜିଲ୍ଲା ସ୍ଥରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଛି ।

ଭଦ୍ରକ ମହାବିଦ୍ୟାଳୟ ପରିସରରେ ସ୍ୱାଧୀନତା ଦିବସ ପାଳିତ ହୋଇଥିବା ବେଳେ ଭଦ୍ରକ ଜିଲ୍ଲାପାଳ ଶ୍ରୀଯୁକ୍ତ ତ୍ରିଲୋଚନ ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । କୋଭିଡ଼ କଟକଣା ପାଇଁ ନିରାଡ଼ମ୍ବର ଭାବେ ପାଳିତ ହେଉଛି ସ୍ୱାଧୀନତା ଦିବସ ।

କେବଳ ଭଦ୍ରକ ପୋଲିସ ଟିମ ତରଫରୁ ମାର୍ଚ୍ଚ ଫାଷ୍ଟ କରାଯାଇଥିଲା ଓ ଜିଲ୍ଲାପାଳ ଅଭିବାଦନ ଗ୍ରହଣ କରିଥିଲେ। ତେବେ ଚଳିତ ବର୍ଷ କରୋନା କଟକଣା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇ ନଥିଲା ।

Spread the love