ସୁଖ-ଶାନ୍ତିକୁ ବଜାୟ ରଖେ ଇନଡୋର ପ୍ଲାଣ୍ଟ

 ବର୍ତ୍ତମାନ ପରିବେଶ ବହୁତ ପ୍ରଦୂଷିତ ହେଉଛି । ଯାହା ଫଳରେ ଏହି ପ୍ରଦୂଷିତ ବାୟୁରେ ନିଶ୍ୱାସ ନେବା ଦ୍ୱାରା ଅନେକ ରୋଗ ସୃଷ୍ଟି ହେଉଛି । ଏପରି ପରିସ୍ଥିତିରେ, ଆପଣ ଘରେ ନିଶ୍ଚିତ ଭାବରେ ଗଛ ଲଗାଇବା ଉଚିତ୍ । ଖାସ୍‌ କରି ଗ୍ରୀଷ୍ମ ଋତୁରେ, ବାଲକୋନୀରେ ରଖାଯାଇଥିବା ଉଦ୍ଭିଦଗୁଡିକ ଶୁଖିଯାଏ । ସେଥିପାଇଁ ଆପଣ ଇନଡୋର ପ୍ଲାଣ୍ଟ କିଣି ଆଣିପାରିବେ । ଇନଡୋର ଉଦ୍ଭିଦ ଗୁଡିକର ବିଶେଷତ୍ୱ ​​ହେଉଛି ଯେ ସେମାନେ ମଧ୍ୟ ଆପଣଙ୍କ ଘରେ ବାୟୁକୁ ଶୁଦ୍ଧ କରନ୍ତି । ଏହି ଉଦ୍ଭିଦ ଗୁଡ଼ିକ ବାୟୁକୁ ବିଶୋଧନ କରିବାରେ ମଧ୍ୟ ସାହାଯ୍ୟ କରେ ।

ଏହା ବ୍ୟତୀତ ଘରେ ସୁଖ, ଧନ ଏବଂ ସମୃଦ୍ଧତା ଆଣିବା ପାଇଁ ମଧ୍ୟ ଏହି ଉଦ୍ଭିଦ ଗୁଡିକ ଲଗାଇବା ଶୁଭ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏପରି କିଛି ଉଦ୍ଭିଦ ବିଷୟରେ କହୁଛୁ ଯାହା ଆପଣଙ୍କ ଘରକୁ ସୁନ୍ଦର କରିବ । ଏହା ସହ ଆପଣଙ୍କ ଘରେ ସୁଖ ଏବଂ ଶାନ୍ତି ବଜାୟ ରହିବ । ଆସନ୍ତୁ ଜଣିବା ସେହି ଗଛଗୁଡ଼ିକ କଣ କଣ –

ମନି ପ୍ଲାଣ୍ଟ : ଘର ଭିତରେ ଏହି ଗଛ ରଖିବା ବା ଲଗାଇବା ଶୁଭ ହୋଇଥାଏ । ଏହି ଗଛ ଘରେ ଲଗାଇବା ଦ୍ୱାରା କୁହାଯାଏ କି ଏହା ଧନ ବୃଦ୍ଧି କରାଏ । ଏହାର ସବୁଜ ରଙ୍ଗର ପତ୍ର ଆଖିକୁ ଶାନ୍ତି ଦେଇଥାଏ । ଏହା ସହ ପରିବେଶ ଶାନ୍ତି ଅନୁଭବ ହୁଏ । ଏହାକୁ ଆପଣ ଟେବୁଲ ଉପରେ ବି ସଜାଇ ପାରିବେ ନଚେତ୍‌ କାଚ ଜାର୍‌ରେ ମଧ୍ୟ ରଖିପାରିବେ। ଯାହା ଦ୍ବାରା  ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ସହାୟକ ହୋଇଥାଏ ।

ବେମ୍ବୁ ଟ୍ରି : ବେମ୍ବୁ ଟ୍ରିକୁ ଘରେ ରଖିବା ଦ୍ୱାରା ଧନ, ସମୃଦ୍ଧି, ସୌଭାଗ୍ୟ ଓ ଶାନ୍ତି ଆଣିଥାଏ । ଏହାକୁ ରଖିବା ଦ୍ବାରା ଏୟାର ପ୍ୟୁରିଫାଏର ଭାବେ କାମ କରିଥାଏ । ଏହାକୁ ଘରେ ଜାର ବା କାଚ ବୋତଲରେ ଲଗାଇ ରଖିପାରିବେ । ଯାହା ଖୁବ୍‌ ସୁନ୍ଦର ମଧ୍ୟ ଲାଗେ ।

ପିସ ଲିଲି : ଇନଡୋର ପ୍ଲାଣ୍ଟ ପାଇଁ ପିସି ଲିଲି ବହୁତ ଭଲ ଗଛ । ଏହା ଦେଖିବାକୁ ସବୁଜ ଭରା ଓ ସୁନ୍ଦର ଲାଗେ । ଲିଲି ଆପଣଙ୍କ ଘରକୁ ବାସ୍ନାରେ ଭରି ଦେଇଥାଏ । ଧଳା ଓ ସବୁଜ ରଂଗର ଏହି ଗଛ ଭାଗ୍ୟ ଓ ଶାନ୍ତିର ପ୍ରତୀକ ହୋଇଥାଏ । ଏହା ବାୟୁକୁ ମଧ୍ୟ ଶୁଦ୍ଧ କରିଥାଏ । ଏହା ସହ ଆପଣଙ୍କୁ ଶାନ୍ତ ପରିବେଶ ଲାଗେ ।

ସେବତୀ : ଏହି ଗଛ ସାଧାରଣତଃ ଶୀତ ଦିନ ଲାଗେ । କିନ୍ତୁ  ଏହାକୁ ଆପଣ ଇନଡୋର ପ୍ଲାଟ ମଧ୍ୟ କରି ପାରିବେ। ଏହା ଦେଖିବାକୁ ବହୁତ ସୁନ୍ଦର ମଧ୍ୟ ହୋଇଥାଏ । ଏହାର ହଳଦୀଆ ରଂଗର ଫୁଲ ବହୁତ ବଡ଼ ଓ ସୁନ୍ଦର ହୋଇଥାଏ ।

ଗିଲୋୟ  ଏଲୋଭେରା : ଗିଲୋୟ ଓ ଏଲୋଭରା ବହୁତ ଦରକାରୀ ସହ ଉପକାରୀ ଗଛ । ଏହି ଗଛ ଔଷଧିୟ ଗଛ ହେବା ସହ ଦେଖିବାକୁ ମଧ୍ୟ ସୁନ୍ଦର ।  ଏହାକୁ ଘରେ ଲଗାଇଲେ ଘର ସୁନ୍ଦର ଦିଶିବା ସହ ସକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ । ନିଜ ଭିତରେ ଶାନ୍ତି ଆଣିଥାଏ ।

Spread the love