ଆହତ ବିକାଶଙ୍କ ଅଭିଯାନ ଶେଷ

ଭାରତୀୟ ଦଳ ଟୋକିଓ ଯିବା ପୂର୍ବରୁ ଇଟାଲିରେ ଅଭ୍ୟାସ ସେସନ୍‌ ବେଳେ ବିକାଶ କାନ୍ଧରେ ଆଘାତ ପାଇଥିଲେ। ସେ ଚିକିତ୍ସା‌ରେ ରହିଥିଲେ ଏବଂ ସୁସ୍ଥ ହୋଇଯାଇଥିବେ ବୋଲି ଆମର ଆଶା ଥିଲା। ସେ ମଧ୍ୟ ପ୍ରଥମ ବାଉଟ୍‌ ଲଢ଼େଇକୁ ବିନା‌ ସମସ୍ୟାରେ ଆରମ୍ଭ କରିଥିଲେ ବୋଲି ଭାରତର ଉଚ୍ଚ ପ୍ରଦର୍ଶନ ନିର୍ଦେଶକ ସାନ୍ତିଆଗୋ ନିଏଭା କହିଚନ୍ତି। ହେଲେ ଯେତେବେଳେ ସେ ସକାଜାୱାଙ୍କ ଶରୀରକୁ ଜୋର୍‌ଦାର ଆଘାତ ଦେବାକୁ ପୟାସ କରିଥିଲେ ସେତେବେଳେ ପୁନର୍ବାର କାନ୍ଧରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏପରିକି ତାଙ୍କ ବାମ ହାତକୁ ଠିକ୍‌ ଭାବେ ବ୍ୟବହାର କରିପାରିନଥିଲେ। ସେ ଶନିବାର ଗୋଟିଏ ହାତରେ ହିଁ ଲଢ଼ିଥିଲେ ବୋଲି ସାନ୍ତିଆଗୋ କହିଛନ୍ତି। ସେ ଏକମାତ୍ର ମୁଷ୍ଟିଯୋଦ୍ଧା ଭାବେ ଆଜି ଆକ୍‌ସନ୍‌କୁ ଓହ୍ଲାଇଥିଲେ। ଅନ୍ୟପକ୍ଷରେ ଏହାର ଭରପୁର ଫାଇଦା ଉଠାଇ ନିଜର ତୃତୀୟ ଅଲିମ୍ପିକ୍ସ ଖେଳୁଥିବା ଓକାଜାୱା ଆରମ୍ଭରୁ ପ୍ରାଧାନ୍ୟ ବିସ୍ତାର କରି ସହଜରେ ଲଢ଼େଇ ଜିତି ‌ନେଇଥିଲେ। ବିଜୟୀ ହେବାପରେ ସେ ରିଙ୍ଗ୍‌ ଭିତରେ ନା‌ଚିବାରେ ଲାଗିଥିଲେ। ତେବେ ବାଉଟ୍‌ ସାରା ବିକାଶ ଖୁବ୍‌ ଯନ୍ତ୍ରଣା ଭୋଗିଥିଲେ ବୋଲି ତାଙ୍କର ଘନିଷ୍ଠ ବନ୍ଧୁ ଏବଂ ନିୟମିତ ସାଥୀ ନୀରଜ ଚୋପ୍ରା କହିଛନ୍ତି। ରବିବାର ଦୁଇ ଭାରତୀୟ ରିଙ୍ଗ୍‌କୁ ଓହ୍ଲାଇବେ। ସେମାନେ ହେଲେ ୬ ଥର ବିଶ୍ବ ବିଜୟିନୀ ଏମ୍‌ସି ମେରି କମ୍‌ (୫୧ କେଜି) ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ‌‌ରୌପ୍ୟ ବିଜେତା ମନୀଷ କୌଶିକ।

Spread the love