ଗ୍ୟାସ୍ ସିଲିଣ୍ଡର ଫାଟି ଭାଇଭଉଣୀ ଗୁରୁତର

ଗ୍ୟାସ୍ ସିଲିଣ୍ଡର ଫାଟି ଭାଇଭଉଣୀ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସଦର ବ୍ଲକ କୁଅଁରପୁରରେ ଗାଁରେ। ଆହତ ୨ଜଣଙ୍କୁ ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଭାଇଭଉଣୀ ରୋଷେଇ କରୁଥିଲେ। ହଠାତ୍ ଏହି ସମୟରେ ଗ୍ୟାସ୍ ପାଇପରେ ନିଆଁ ଲାଗି ଯାଇଥିଲା।  ଏହାପରେ ନିଆଁ ଚାରିଆଡ଼େ ବ୍ୟାପିଯାଇଥିଲା। ଯାହାଫଳରେ ଭାଇ ଭଉଣୀ ଦୁଇଜଣ  ନିଆଁରେ ପୋଡ଼ି ଗୁରୁତର ଆହତ ହୋଇଥିଲେ। ପରିବାର ଲୋକ ତୁରନ୍ତ ସେମାନକୁ ଉଦ୍ଧାର କରି ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରିଥିଲେ। ଭାଇର ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସାପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Spread the love