କ୍ଷତାକ୍ତ ଅବସ୍ଥାରେ ମାଈ ହରିଣ ଉଦ୍ଧାର

କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ମଲ୍ଲୀପଶି ବିଟ୍ ଗୁବୁରାବେଡା ଗ୍ରାମ ନିକଟ ବୃନ୍ଦାବନପୁରରୁ ବୁଧବାର ସକାଳୁ କ୍ଷତାକ୍ତ ଅବସ୍ଥାରେ ଏକ ମାଈ ହରିଣକୁ ଉଦ୍ଧାର କରିଛି ବନ ବିଭାଗ ।

ସୂଚନାଯୋଗ୍ୟ ଯେ, ହରିଣଟି ପାଖ ଜଙ୍ଗଲରୁ ଖାଦ୍ୟ ଅନ୍ବେଷଣ ପାଇଁ ଗାଁ ନିକଟ ସୂର୍ଯ୍ୟମୁଖୀ ବାଡ଼ିକୁ ପଳାଇ ଆସିଥିଲା । ହରିଣଟିକୁ କୁକୁର ଆକ୍ରମଣ କରିଥିବା ଦେଖି ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ହରିଣଟିକୁ ଉଦ୍ଧାର କରିଛନ୍ତି । ହରିଣଟିର ପଛ ଗୋଡ଼ରେ କୁକୁର କାମୁଡିଥିବାରୁ ରେଞ୍ଜ କାର୍ଯ୍ୟାଳୟକୁ ଆଣି ଚିକିତ୍ସା ଚଳାଇଛି ବନ ବିଭାଗ । ସୁସ୍ଥ ହେବା ପରେ ହରିଣକୁ ସଂରକ୍ଷିତ ଜଙ୍ଗଲରେ ଛଡାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Spread the love