ସଶକ୍ତ ହେବ ଭାରତୀୟ ନୌସେନା
ନୂଆଦିଲ୍ଲୀ: ଆହୁରି ସଶକ୍ତ ହେବ ଭାରତୀୟ ନୌସେନା। ସ୍ବଦେଶୀ ଯୁଦ୍ଧପୋତରେ ଶକ୍ତିଶାଳୀ ହେବ ସମୁଦ୍ରୀ ତଟ ଏବଂ ଜଳପଥର ପ୍ରହରୀ ସାଜିବ ଆଇଏନଏସ୍ ବିକ୍ରାନ୍ତ । ଯାହାକୁ ଆସନ୍ତା ଅଗଷ୍ଟ ୧୫ ନୌସେନାରେ ସାମିଲ କରାଯିବ ।ସୂଚନା ଅନୁସାରେ କୋଚିନ ସିପୟାର୍ଡ ଆଇଏନଏସ୍ କୁ ନିର୍ମାଣ କରିଛି ଏବଂଂ ଏହାର ନିର୍ମାଣରେ ପ୍ରାୟ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଆଇଏନଏସ୍ ବିକ୍ରାନ୍ତ ୪୫ହଜାର ଟନ ପର୍ଯ୍ୟନ୍ତ ଓଜନ ବହନ କରିପାରିବାର କ୍ଷମତା ରଖିଛି । ଏହି ଏୟାରକ୍ରାଫ୍ଟର କ୍ୟାରିୟରର ଲମ୍ବ ୨୬୨ ମିଟର, ଓସାର ୬୨ ମିଟର । ୧୯୭୧ ଯୁଦ୍ଧରେ ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିଲା। ଏହି ବିମାନବାହୀ ପୋତ ଏକାସଙ୍ଗେ ୩୦ ଯୁଦ୍ଧ ବିମାନ ବହନ କରିବାର କ୍ଷମତା ରଖିଛି।