ସମୁଦ୍ରରେ ବଢିବ ଭାରତର ବଳ, ଆଜିଠୁ ରାଜ୍ କରିବ ଆଇଏନଏସ୍ ବିକ୍ରାନ୍ତ

ନୂଆଦିଲ୍ଲୀ ୦୨।୦୯:  ଥରିବ ଶତ୍ରୁ, ବଢିବ ବଳ । ଶୁକ୍ରବାରଠୁ ସମୁଦ୍ରରେ ରାଜ୍ କରିବ ଆଇଏନଏସ୍ ବିକ୍ରାନ୍ତ । ଜଳପଥକୁ ଜଗିବ ଭାରତର ବିଶାଳ ଯୁଦ୍ଧପୋତ। ଦେଶର ପ୍ରଥମ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏୟାରକ୍ରାଫ୍ଟ କ୍ୟାରିୟର ଆଇଏନଏସ ବିକ୍ରାନ୍ତକୁ ଆଜି ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିବେ ପ୍ରଧାନମନ୍ତ୍ରୀ ।

କେରଳର କୋଚି ସିପୟାର୍ଡ ଏକ ସ୍ବତନ୍ତ୍ର ଉତ୍ସବରେ ଏହାକୁ ନୌସେନାରେ ସାମିଲ କରାଯିବ। ଏହି ଏୟାରକ୍ରାଫ୍ଟ କ୍ୟାରିୟରକୁ ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଭାରତୀୟ ଶକ୍ତି ବୃଦ୍ଧି କରିବ। ଏହାକୁ ତିଆରି କରିବା ଲାଗି ୨୦ ହଜାର କୋଟି ଟଙ୍କା ବ୍ୟୟହୋଇଛି। ଆତ୍ମ ନିର୍ଭର ଭାରତର ଏହା ପ୍ରକୃଷ୍ଟ ଉଦାହରଣ ହେବ । ୧୯୭୧ରେ ଭାରତର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର ଅନୁସାରେ ଏହି ସ୍ବଦେଶୀ ଏୟାରକ୍ରାଫ୍ଟ କ୍ୟାରିୟରକୁ ନାମିତ କରାଯାଇଛି। ଏଥିସହିତ ପ୍ରଧାନମନ୍ତ୍ରୀ ନୌସେନାର ନୁଆ ନିସାନକୁ ମଧ୍ୟ ଉନ୍ମୋଚନ କରିବେ। ଭାରତର ସମୃଦ୍ଧ ନୌଚଳାଚଳ ଐତିହ୍ୟକୁ ଏହି ନୂଆ ନିସାନର ପ୍ରତୀୟମାନ ହେବ। ଯାହାକି ବ୍ରିଟିଶ ଅମଳର ନିସାନକୁ ଶେଷ କରିବ। ସମୁଦ୍ରରେ ରାଜ୍ କରିବ ଆଇଏନଏସ୍ ବିକ୍ରାନ୍ତ ।

ଭାରତୀୟ ନୌସେନାର ବଳ ଦୁଇଗୁଣା ବଢିବାକୁ ଯାଉଛି । ଆଇଏନଏସ ବିକ୍ରାନ୍ତ ଦୁଇଟି ଫୁଟବଲ ଫିଲ୍ଡ ଭଳି ବଡ । ଲମ୍ବ ହେଉଛି ୨୬୨ ମିଟର । ୧୮ ମହଲା ଉଚ୍ଚା । ଚଉଡା ପାଖାପାଖି ୬୨ ମିଟର ହେଇଥିବାବେଳେ ଏହାର ଉଚ୍ଚତା ହେଉଛି ୫୦ ମିଟର । ୨୪ ହଜାର କିଲୋୱାଟର ପାୱାର । ଏ ବିଶାଳ ଏୟାରକ୍ରାଫ୍ଟ କ୍ୟାରିଅର ଦେଖିବାକୁ ଯେମିତି, ତା କାମ ବି ଠିକ୍ ସେହିଭଳି । ସମୁଦ୍ରରେ ଶତ୍ରୁକୁ ନାଶ କରିବାର ଶକ୍ତି ରଖୁଥିବା ଏ ଯୁଦ୍ଧପୋତକୁ, ପାଖ ପଡୋଶୀ ଦେଖିଲେ ଭୟରେ ଥରିବେ । ୪ ହଜାର ଟନର ଏହି ସମୁଦ୍ରର ଶତ୍ରୁନାଶକ ।

ଭାରତୀୟ ନୌସେନା ପାଇଁ ଏକ ବଡ ବଳ କହିଲେ ଭୁଲ ହେବନାହିଁ । ଏହା ଭିତରେ ୨୪୦୦ କମ୍ପାଂଟମେଂଟ, ୧୬୦୦ କ୍ରିଉ, ୧୬ ବେଡ୍ ହସ୍ପିଟାଲ ରହିଛି । ୨୦୦୯ ମସିହାରୁ ନିର୍ମାଣ ହେଇଥିବା ଏହି ଏୟାରକ୍ରାଫ୍ଟ କ୍ୟାରିଅରର ୭୬ ପ୍ରତିଶତ ଉପକରଣ ସ୍ୱଦେଶୀ ଅଟେ ।ଯାହା ଶତ୍ରୁକୁ ସବୁ କ୍ଷେତ୍ରରେ ଚେକ୍ ଦେବାକୁ ସକ୍ଷମ ।

Spread the love