କୋଲ୍ଡ ଡ୍ରିଂକ୍ସ ବୋତଲରେ ଭାସୁଛି ପୋକ, ପିଉଥିଲେ ସାବଧାନ

 କୋଲ୍ଡ ଡ୍ରିଂକ୍ସ ପିଉଥିଲେ ସାବଧାନ ହୋଇଯାନ୍ତୁ। ବୋତଲରୁ ବାହାରୁଛି ପୋକ। ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ଗ୍ରାହକ । ଯାଜପୁର ଟାଉନ ସ୍ଥିତ ବିରଜା ମନ୍ଦିର ନିକଟରେ ଥିବା ଏକ ପାନ ଦୋକାନରୁ ଜଣେ ଗ୍ରାହକ କୋଲ୍ଡ ଡ୍ରିଂକ୍ସ ମାଗିଥିଲେ। ବୋତଲ ଖୋଲିବା ପୂର୍ବରୁ ନଜର ପଡିଥିଲା ବୋତଲ ଭିତରକୁ । ବୋତଲ ଭିତରେ ଏକ ବଡ଼ ପୋକ ଭାସୁଥିବା ଦେଖିବାକୁ ପାଇଥିଲେ ।ସେପଟରେ ଦୋକାନି ଧନେଶ୍ୱରଙ୍କୁ ପଚାରି ବାରୁ ସେ କହିଛନ୍ତି ଆମେ କଣ କରିବୁ ଯାହା କମ୍ପାନୀ ଦେଉଛି ଆମେ ଦେଉଛ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଏଭଳି କମ୍ପାନୀ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଗ୍ରାହକ ଆଦିତ୍ୟ ନାଥ ଶର୍ମା ଜଣକ ।

Spread the love