ଆଜିଠୁ ଇଣ୍ଟିଗ୍ରେଟେଡ ସର୍ଭିଲାନ୍ସ ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ସ୍ବରୂପ ପରୀକ୍ଷଣ ବଢ଼ାଇବା ସହିତ ସଚେତନତା ଜାରି ରହିଛି। ଅନ୍ୟପକ୍ଷରେ ଆଜିଠୁ ଇଣ୍ଟିଗ୍ରେଟେଡ ସର୍ଭିଲାନ୍ସ ଆରମ୍ଭ ହୋଇଛି। କରୋନା ସଂକ୍ରମଣ ସହ ଟିବି, ଫାଇଲେରିଆ, ମେଲେରିଆ, ଡାଇରିଆ, ଡେଙ୍ଗୁ ଭଳି ରୋଗ ଚିହ୍ନଟ ପାଇଁ ଘରକୁ ଘର ବୁଲି ସର୍ଭିଲାନ୍ସ କରାଯାଉଛି। ସେହି ବିବରଣୀ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୮ ଜିଲାରୁ ୫୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନ୍ୟ ୨୨ଟି ଜିଲାରୁ କୌଣସି କରୋନା ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨, ୮୮, ୯୫୦ରେ ପହଞ୍ଚିଛି।ଗତକାଲି ୩୭,୨୩୨ ହିତାଧିକାରୀ ଟିକା ନେଇଛନ୍ତି।

Spread the love