ଦେଶରେ ସରପଞ୍ଚମାନଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ : ‘ଦୁଇ ଗଜର ଦୂରତା’ ବିଷୟରେ ଲୋକଙ୍କୁ ସଚେତନ କର

ପଞ୍ଚାୟତିରାଜ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସରପଞ୍ଚମାନଙ୍କୁ ସମ୍ବୋଧିତ କରିଛନ୍ତ। ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ସରପଞ୍ଚ ମାନଙ୍କ ସହ କଥା ହୋଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଇ ଗ୍ରାମ ସ୍ବରାଜ ପୋର୍ଟାଲ, ମୋବାଇଲ ଆପ୍‌ ଏବଂ ସ୍ବାମୀତ୍ଵ ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ।

ସରପଞ୍ଚମାନଙ୍କୁ ସମ୍ବୋଧିତ କରି କହିଛନ୍ତି, କରୋନା ଭୂତାଣୁ ଆମର କାମ କରିବାର ପଦ୍ଧତିକୁ ବଦଳାଇ ଦେଇଛି। ଆମକୁ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ। ଏହା ସହିତ ପ୍ରଧାନମନ୍ତ୍ରୀ କରୋନା ବିରୋଧୀ ଲଢ଼େଇ ପାଇଁ ‘ଦୁଇ ଗଜର ଦୂରତା’ ଜରୁରୀ ବୋଲି ସରପଞ୍ଚମାନଙ୍କୁ ପରାମର୍ଶ ଦେଇଥିଲେ। ଲୋକଙ୍କୁ ଏ ବିଷୟରେ ସଚେତନ କରାଇବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ।

ଦେଶର ବିଭିନ୍ନ ପଞ୍ଚାୟତର ସରପଞ୍ଚମାନେ ସେମାନଙ୍କ ସମସ୍ୟା ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି। କରୋନା ଭୂତାଣୁର ମୁକାବିଲା ପାଇଁ ସେମାନେ କିପରି ପଦକ୍ଷେପ ନେଉଛନ୍ତି ତାହା କହିଛନ୍ତି। ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିବା ସହିତ କରୋନା ମୁକାବିଲାରେ ଗ୍ରାମଞ୍ଚାୟତଗୁଡ଼ିକର ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି କହିଥିଲେ।

Spread the love