କେଉ ଦେବୀଙ୍କୁ ପୂଜା କଲେ ଜଲଦି ଛାଡ଼ପତ୍ର ହୁଏ ପଢନ୍ତୁ…

କ’ଣ ଆପଣ ନିଜ ସର୍ମ୍ପକକୁ ନେଇ ବିରକ୍ତି ହୋଇଗଲେଣି କି? ଏଥିପାଇ ନିଜ ପାର୍ଟନରଠୁ ଅଲଗା ହେବାକୁ ଚାହୁଁଛନ୍ତି ତେବେ ଯାଆନ୍ତୁ ଥରେ ଏହି ମନ୍ଦିର। କରନ୍ତୁ ପୂଜା। ଏଠାରେ ମାଆଙ୍କର ଥରେ ଦର୍ଶନ କଲେ ସବୁପ୍ରକାର ବନ୍ଧନ ଦୋଷରୁ ମୁକ୍ତି ମିଳିଥାଏ। ଜାଣନ୍ତୁ ଆଜି ଏପରି ଏକ ନିଆରା ମନ୍ଦିର ସମ୍ପର୍କରେ..

ଆଜି ଯେଉଁ ମନ୍ଦିର ବିଷୟରେ ଆମେ ଆପଣଙ୍କୁ କହିବୁ ତାକୁ ନେଇ ଏକ ମାନ୍ୟତା ରହିଛି। ବ୍ରେକଅପ କିମ୍ବା ଡିଭୋର୍ସ ଚାହୁଁଥିବା ବ୍ୟକ୍ତିଙ୍କୁ ସମାଧାନର ବାଟ ଦେଖାଏ ମାଆଙ୍କର ଏହି ଚମତ୍କାରି ମନ୍ଦିର। ଯଦି ଆପଣ ନିଜ ସମ୍ପର୍କରେ ଫସି ଯାଇଛନ୍ତିି ଆଉ ତାର ସମାଧାନ ପାଇପାରୁ ନାହାନ୍ତି ତେବେ ଆପଣ ଏହି ସମସ୍ତ ସମସ୍ୟାରୁ ମୁକ୍ତି ପାଇପାରିବେ। ସମସ୍ତ ପ୍ରକାର ବନ୍ଧନ ଦୋଷରୁ ମୁକ୍ତି ପାଇଁ ଆପଣଙ୍କୁ ଲକ୍ଷ୍ନୋର ଛୋଟ କାଶୀରେ ଅବସ୍ଥିତ ବନ୍ଦୀ ମାଆଙ୍କ ପାଖକୁ ଯିବାକୁ ହେବ।

ଶୁଣିକି ଟିକେ ଅଜବ ଲାଗିଲେ ବି ଏଠାକାର ମାନ୍ୟତା ଆପଣଙ୍କୁ ବି ଚମକାଇ ଦେବ । ଏଠାକାର ଭକ୍ତଙ୍କ ବିଶ୍ୱାସ ରହିଛି ଯେ ଏଠାରେ ଥିବା ବନ୍ଦୀ ମାଆଙ୍କଦର୍ଶନ କଲେ ଲୋକ ଚାହୁଁନଥିବା ସମ୍ପର୍କ ରୁ ଅତି ସହଜରେ ବାହାରି ଆସିବେ। ସେଭଳି ସମ୍ପର୍କରୁ ମୁକ୍ତି ଦେବେ ବନ୍ଦୀ ମାଆ। ବନ୍ଧନରୁ କେହି ମୁକ୍ତି ପାଇବାକୁ ଚାହୁଁଥିଲେ ଏଠାକୁ ଆସି ଥରେ ଦର୍ଶନ କରନ୍ତୁ। ବନ୍ଧନ ଯେଉଁଭଳି ବି ଥାଉ ନା କାହିଁକି ଯଦି ସେଥିରେ ଭକ୍ତ ଟି ସମସ୍ୟାରେ ରହୁଛି ତେବେ ଏଠାରେ ଦର୍ଶନ କଲେ ତାର ସମସ୍ତ ସମସ୍ୟାର ସମାଧାନ ମିଳିଯାଏ। ଏହା କଟରା ରାନୀ ମନ୍ଦିର ରୂପେ ବେଶ ଜଣାଶୁଣା। ନବରାତ୍ରୀରେ ଏହି ଠାରେ ଭକ୍ତଙ୍କର ଭିଡ଼ ଜମେ।

ମନସ୍କାମନା ପୂର୍ଣ୍ଣ ହେଲେ ପାଉଁଜି ଦିଆଯାଏ:
ଯେବେ ଲୋକଙ୍କ ମନସ୍କାମନା ପୂର୍ଣ୍ଣ ହୋଇଯାଏ ତେବେ ମାଆଙ୍କ ପାଦକୁ ପାଉଁଜି ଅର୍ପଣ କରାଯାଏ। ଏହାସହିତ ତାଙ୍କୁ ସଧବା ଜିନିଷ ଅର୍ପଣ କରାଯାଏ। ଏହାବ୍ୟତିତ ତାଙ୍କୁ ମିଠା ମଧ୍ୟ ଭୋଗ ଲଗାଯାଏ। ଶୁଣାଯାଏ ଯେ ସେଠାରେ ଥିବା ବ୍ରାହ୍ମଣଙ୍କ ଏକ ଜାତି ବାଜପେୟୀ ଙ୍କ କୁଳଦେବୀ ହେଉଛନ୍ତି ବନ୍ଦୀ ମାଆ। ଆଉ ବାଜପେୟୀ ଘରର କୌଣସି ଶୁଭ କାମ ମାଆଙ୍କ ଦର୍ଶନ ବିନା କରାଯାଏ ନାହିଁ।

ମାଆ ମନ୍ଦିରରେ ଉତ୍ତର ମୁଖା ହୋଇ ବିରାଜମାନ କରିଛନ୍ତି। ତେବେ ଏହି ମନ୍ଦିର ଖୁବ ପ୍ରାଚୀନ। ମାଆଙ୍କ ପ୍ରତିମା ଏଠାକୁ କିପରି ଆସିଲା ତାହା ସମ୍ପର୍କରେ କେହି ଜାଣିନାହାନ୍ତି। କିନ୍ତୁ ଶୁଣାଯାଏ ଯେ ତାଙ୍କ ପୂର୍ବଜ ମାନେ ଏହାକୁ ପ୍ରତିଷ୍ଠା କରିଛନ୍ତି। ତାଙ୍କ ନାମ ଥିଲା ବନ୍ଦୀ ଦନ ବାଜପେୟୀ। ସେ ମାଆଙ୍କା ବଡ଼ ଭକ୍ତ ଥିଲେ। ସେ ହି ମଆଙ୍କ ମୂର୍ତ୍ତିକୁ ସ୍ଥାପନା କରିଥିଲେ।

Spread the love