ରାଜ୍ୟରେ ଏସଏଚଜିମାନଙ୍କ ପାଇଁ ଖୋଲିବ ନୂଆ ମିଶନ ଶକ୍ତି ବିଭାଗ- ନବୀନ

ଭୁବନେଶ୍ୱର, ୦୮/ ୦୩ : ଆମ ସରକାରରେ ମହିଳାମ।ନଙ୍କ ବିକାଶ ସର୍ବୋପରି ସଶକ୍ତିକରଣ ପାଇଁ ନିରନ୍ତର ପ୍ରୟାସ କରିଆସିଛି । ଆଗକୁ ଏହା ଜାରି ରହିବ । ମହିଳାମାନଙ୍କ ବିକାଶ ପାଇଁ ଆମେ ପ୍ରତିବଦ୍ଧତାକୁ ଆହୁରି ବଳିଷ୍ଠ କରିବା ପାଇଁ ମୋ ସକକାରରେ ସ୍ୱୟଂସହାୟକ ଗୋଷ୍ଠୀଙ୍କ ପାଇଁ ସ୍ୱତନ୍ତ୍ର ବିଭାଗ ଖୋଲାଯିବ ବୋଲି ଆଜି ଲୋକସେବା ଭବନରେ ଆୟୋଜିତ ବିଶ୍ୱ ମହିଳା ଦିବସ କାର୍ଯକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ସେ ଆହୁରି କହିଛନ୍ତି ମୁଁ ଖୁସି ଯେ, ଓଡିଶା ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ଆଗୁଆ ରାଜ୍ୟ । ୭୦ ଲକ୍ଷ ମା ମାନଙ୍କୁ ନେଇ ମିଶନ ଶକ୍ତି, ମମତା କାର୍ଯ୍ୟକ୍ରମ ଓ ପଞ୍ଚାୟତିରାଜରେ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ ଆଜି ମା ମାନଙ୍କୁ ସାମାଜିକ ଓ ଆର୍ଥିକ ଦିଗରୁ ସଶକ୍ତ କରିଛି । ଚଳିତ ବର୍ଷ ଆମେ ପ୍ରଥମଥର ପାଇଁ ପୌଷ୍ଟିକ ବା ନ୍ୟୁଟ୍ରେସନ ବଜେଟ ଆଣିଛୁ । ସେ ଆହୁରି କହିଛନ୍ତି , ଚଳିତ ବର୍ଷର ଥିମ “ ଆଇ ଆମ ଜେନେରେସନ ଇକୁ୍‌୍ୟାଲିଟି, ରିଏଲାଇଜିଂ ଓମେନ୍ସ ରାଇଟ୍‌” ଓଡିଶାର ଝିଅ ଓ ମା ମାନେ ବିଭିନ୍ନ କ୍ଷେତ୍ରରେ ସୁନାମ ହାସଲ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ମୋ ସରକାରରେ ସ୍ୱୟଂସହାୟକ ଗୋଷ୍ଠୀଙ୍କ ପାଇଁ ସ୍ୱତନ୍ତ୍ର ବିଭାଗ ସୃଷ୍ଟି କରିବ । ଆଉ ଏହା ରାଜ୍ୟର ମହିଳାମନଙ୍କ ପାଇଁ ଉତ୍ସର୍ଗୀତ ରହିବ ।


ଏହି କାର୍ଯ୍ୟକ୍ରମରେ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା, ମନ୍ତ୍ରୀ ଟୁକୁନୀ ସାହୁ, ବିଭାଗୀୟ ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର, ଉପଦେଷ୍ଟା ସୁଲତା ଦେଓ, ଉନ୍ନୟନ କମିଶନର, ବିଭାଗୀୟ ସଚିବ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍‌ୟମନ୍ତ୍ରୀ ତିନୋଟି ଶ୍ରେଷ୍ଠ ଆଇସିଡିଏସ ମୟୁରଭଞ୍ଜ, ଢେଙ୍କାନାଳ, ଓ ଗଜପତି, ଶ୍ରେଷ୍ଟ ଏ,ଏଟଜି, ଶ୍ରେଷ୍ଠ ଅଙ୍ଗନବାଡି କର୍ମୀ ଓ ବ୍ୟାଙ୍ଗର ଭାବେ ଷ୍ଟେଟ ବ୍ୟାଙ୍କ, ସମବାୟ ବ୍ୟାଙ୍କ ଓ ଓଡିଶା ଗ୍ରାମ୍ୟବ୍ୟାଙ୍କକୁ ସମ୍ମାନିତ କରିଥିଲେ ।

Spread the love