ଭୁବନେଶ୍ୱର ଆଇଆଇଟି ପରିସରରେ ବିଶ୍ୱ ମହିଳା ଦିବସ ପାଳିତ

ଜଟଣୀ ୦୯/୦୩ : ଆଇ.ଆଇ.ଟି ଭୁବନେଶ୍ୱର ପରିସରରେ ବିଶ୍ୱ ମହିଳା ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ସମାଜର ସମସ୍ତ କ୍ଷେତ୍ରରେ ମହିଳାଙ୍କର ସଫଳତାକୁ ପ୍ରଶଂସା କରି ବିଭିନ୍ନ କ୍ଷେତ୍ରରେ ସଫଳ ହୋଇଥିବା ମହିଳାଙ୍କୁ ସମ୍ମାନିତ କରାଯାଇଥିଲା l

ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ୱର ଆଇ.ଆଇ.ଟି.ର ନିର୍ଦ୍ଦେଶକ ଆର.ଭି. ରାଜକୁମାର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରେଜିଷ୍ଟର ଦେବରାଜ ରଥ, ପ୍ରଫେସର ପି. ଭି. ସତ୍ୟମ, ପ୍ରଫେସର ସୁଜିତ ରୟ, ଓ ସମସ୍ତ ଅଧ୍ୟାପକ, ଅଧିକାରୀ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ l ମହିଳା କଲ୍ୟାଣ ସମିତିର ଚେୟାରମ୍ୟାନ ଡ଼କ୍ଟର ସସ୍ମିତା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ l

Spread the love