ସାତଦିନ ପାଇଁ ବନ୍ଦ ରହିବ Internet

କୋଲକାତା: ପଶ୍ଚିମବଙ୍ଗର କିଛି  ଜିଲ୍ଲାରେ ମୋବାଇଲ ଇଣ୍ଟରନେଟ୍‌ ଏବଂ ବ୍ରଡବାଣ୍ଡ ସର୍ଭିସକୁ ୭ ଦିନ ପାଇଁ ସାମୟିକ ଭାବେ ସସ୍‌ପେଣ୍ଡ କରାଯିବ। ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସରକାର।

ମାଲଦା, ମୁରଶିଦାବାଦ, ଉତ୍ତରଦିନାଜପୁର, କୁଚବେହାର, ଜଲପାଇଗୁଡ଼ି, ବୀରଭୁମ ଓ ଦାର୍ଜଲିଂ ଜିଲ୍ଲାର କିଛି ବ୍ଲକରେ ଆଜି ଠାରୁ ୧୬ ତାରିଖ ମଧ୍ୟରେ କିଛି ସମୟ ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ ରହିବ।

୭ରୁ ୯, ୧୧ରୁ ୧୨, ୧୪ରୁ ୧୬ ତାରିଖରେ ଅପରାହ୍ନ ୧୧ରୁ ୩ଟା ୧୫ ମିନିଟ୍‌ ପର୍ଯ୍ୟନ୍ତ ଏହି ସେବା ଉପଲବ୍ଧ ହେବ ନାହିଁ।

ତେବେ ଗୁଇନ୍ଦା ରିପୋର୍ଟ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। ଇଣ୍ଟରନେଟ ଟ୍ରାନ୍ସମିଶନ୍ସ ଏବଂ ଇଣ୍ଟରନେଟ୍‌ ଟେଲଫୋନ ମାଧ୍ୟମରେ କିଛି ଅଞ୍ଚଳରେ ବେଆଇନ କାରବାର ହେବାର ସୂଚନା ମିଳିଛି। ରାଜ୍ୟବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ବୋଲି ପଶ୍ଚିମବଙ୍ଗର ଅତିରିକ୍ତ ମୁଖ୍ୟ ସଚିବ କହିଛନ୍ତି।

Spread the love