ଆସନ୍ତାକାଲି ବନ୍ଦ ହେବ ଇଣ୍ଟରନେଟ୍‌ ଏକ୍ସପ୍ଲୋରର

ଓ୍ବାଶିଂଟନ୍‌  : ମାଇକ୍ରୋସଫ୍ଟର ସର୍ବପୁରାତନ ବ୍ରାଉଜର ଇଣ୍ଟରନେଟ୍‌ ଏକ୍ସପ୍ଲୋରର (ଆଇଇ) ଦୀର୍ଘ ୨୭ ବର୍ଷ ଧରି ସେବା ପ୍ରଦାନ ପରେ ଆସନ୍ତା ୧୫ ତାରିଖରେ ବନ୍ଦ ହେବା ମାଇକ୍ରୋସଫ୍ଟ ପକ୍ଷରୁ ଘୋଷଣା କରାଯାଇଛି। ଜୁନ୍‌ ୧୫ ପରେ ଆଇଇ ଡେସ୍କଟପ୍‌ ଆପ୍‌ ଆପେ ଆପେ କାମ କରିବା ବନ୍ଦ ହୋଇଯିବ। ଆଇଇ ବ୍ୟବହାର କରୁଥିବା ୟୁଜର୍ସଙ୍କୁ ମାଇକ୍ରୋସଫ୍ଟ ଏଜ୍‌କୁ ରିଡାଇରେକ୍ଟ କରାଯିବ ଅର୍ଥାତ ଆଇଇରୁ ଯେଉଁ ସେବା ମିଳୁଥିଲା ଏବେ ତାହା ମାଇକ୍ରୋସଫ୍ଟ ଏଜ୍‌ରୁ ୟୁଜର୍ସ ପାଇପାରିବେ। ୧୯୯୫ରେ ପ୍ରଥମେ ଇଣ୍ଟରନେଟ୍‌ ଏକ୍ସପ୍ଲୋରର ଆଡ୍‌-ଅନ୍‌ ପ୍ୟାକେଜ୍‌ରେ ଭାବେ ଓ୍ବିଣ୍ଡୋଜ୍‌ ୯୫ ପାଇଁ ରିଲିଜ ହୋଇଥିଲା।

Spread the love