IPL ୨୦୨୨ରେ ହୋଇପାରେ ଏଜାଜ୍‌ ପଟେଲଙ୍କ ଏଣ୍ଟ୍ରି : କହିଲେ, ସୁଯୋଗ ମିଳିଲେ ହାତଛଡା କରିବିନି

ନୂଆଦିଲ୍ଲୀ ୦୭/୧୨ : ଟେଷ୍ଟ କ୍ରିକେଟରେ ଗୋଟିଏ ଇନିଂସରେ ୧୦ଟି ଯାକ ଓ୍ବିକେଟ ନେଇ ଚର୍ଚ୍ଚାରେ ରହିଛନ୍ତି ନ୍ୟୁଜିଲାଣ୍ଡ ସ୍ପିନର ଏଜାଜ୍‌ ପଟେଲ । ଏହି ଭାରତୀୟ ବଂଶୋଦଭବଙ୍କ ପ୍ରଶଂସାରେ ଏବେ ବିଶ୍ବର ବଡ ବଡ କ୍ରିକେଟ ହସ୍ତୀ । ସୋସିଆଲ ମିଡିଆରେ ଏଜାଜ୍‌ଙ୍କ ଏହି ସଫଳତାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଅନେକ ପୂର୍ବତନ ଖେଳାଳି ତାଙ୍କୁ ଖୁବ ପ୍ରଶଂସା କରୁଛନ୍ତି । ଗୋଟିଏ ଇନିଂସରେ ୧୦ଟି ଯାକ ଓ୍ବିକେଟ ନେବାରେ ସେ ହେଉଛନ୍ତି କ୍ରିକେଟ ଇତିହାସରେ ତୃତୀୟ ଖେଳାଳି ।

ତେବେ ବଡ କଥା ହେଉଛି ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୨ରେ ଏଣ୍ଟ୍ରି କରିପାରନ୍ତି ଏଜାଜ୍‌ । ଏ ନେଇ ସେ ମଧ୍ୟ ଗ୍ରରନ୍‌ ସିଗନାଲ ଦେଇସାରିଛନ୍ତି । ମୁମ୍ବାଇରେ ଜନ୍ମ ଗ୍ରହଣ କରି ସେ ନ୍ୟୁଜିଲାଣ୍ଡ ଚାଲିଯାଇଥିଲେ ଏବଂ ସେଠାରୁ ସେ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ । ଏକ ଇଣ୍ଟରଭ୍ୟୁରେ ସେ କହିଛନ୍ତି, ‘ଆଇପିଏଲରେ ଖେଳିବା ସମସ୍ତଙ୍କ ପାଇଁ ସୌଭାଗ୍ୟର କଥା । ଯଦି ମୋତେ ଆଇପିଏଲରେ ଖେଳିବାକୁ ସୁଯୋଗ ମିଳେ ତେବେ ମୁଁ ନିଶ୍ଚୟ ଖେଳିବି ।’

​‌ସେ ଆହୁରି ମଧ୍ୟ କହିଛନ୍ତି, ‘IPLକୁ କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ବରେ ସମସ୍ତେ ଖୁବ ପସନ୍ଦ କରନ୍ତି । ଦିନକୁ ଦିନ ଏହା ସାରା ବିଶ୍ବରେ ଲୋକପ୍ରିୟ ହେବାରେ ଲାଗିଛି । ଏଥିରେ ଖେଳିବାକୁ ସୁଯୋଗ ମିଳିଲେ ମୋ ପାଇଁ ବଡ କଥା ।’

Spread the love