IPL 2021 : କୋହଲି ଏବଂ ମାକ୍ସଓ୍ବେଲଙ୍କ ଅର୍ଦ୍ଧଶତକ, ମୁମ୍ବାଇକୁ ବିଜୟ ଲକ୍ଷ୍ୟ ୧୬୬

ଆଇପିଏଲର ରବିବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ କୋଲକାତା ଠାରୁ ଚେନ୍ନାଇ ରୋମାଞ୍ଚକର ବିଜୟ ହାସଲ କରିବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଦ୍ବିତୀୟ ମ୍ୟାଚ ଜାରି ରହିଛି । ମୁମ୍ବାଇ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୧୬୫ ରନ ସଂଗ୍ରହ କରିଛି ବିରାଟ କୋହଲିଙ୍କ ଆର୍‌ସିବି । ମୁମ୍ବାଇକୁ ଜିତିବାକୁ ହେଲେ ୧୬୬ ରନ କରିବାକୁ ହେବ ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଅଧିନାୟକ ବିରାଟ କୋହଲି ୫୧ ଏବଂ ଗ୍ଲେନ୍‌ ମାକ୍ସଓ୍ବେଲ ୫୬ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଜଶପ୍ରୀତ ବୁମରାହ ଚମତ୍କାର ବୋଲିଂ କରି ୪ ଓଭରରେ ୩୬ ରନଦେଇ ସର୍ବାଧିକ ୩ଟି ଓ୍ବିକେଟ ନେଇଛନ୍ତି ।

Spread the love