ଏକ ଡିକାକର୍ନରେ ପରିଣତ ହେଲା ଆଇପିଏଲ, ଏହାର ଅର୍ଥ ଜାଣନ୍ତୁ …

ମୁମ୍ବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)କୁ ବିଶ୍ବର ସବୁଠାରୁ ଧନଶାଳୀ କ୍ରିକେଟ ଲିଗ କୁହାଯାଏ । ଦିନକୁ ଦିନ ଆଇପିଏଲର ମୂଲ୍ୟାଙ୍କନ (ଭାଲ୍ୟୁଏସନ) ବଢିବାରେ ଲାଗିଛି । ୨୦୨୦ ପରଠାରୁ ଏହାର ମୂଲ୍ୟାଙ୍କର ପ୍ରାୟ ୭୫ ପ୍ରତିଶତ ବୃଦ୍ଧି ପାଇଛି । ଆଇପିଏଲର ମୂଲ୍ୟାଙ୍କନ ଏବେ ୧୦ ବିଲିୟନ ( ୧ ହଜାର କୋଟି) ଡଲାର ଟପିଯାଇଛି । ଏଣୁ ଆଇପିଏଲକୁ ଏକ ଡିକାକର୍ନ ବୋଲି କୁହାଯାଉଛି ।

ଡାକାକର୍ନ ମୁଖ୍ୟତଃ ଷ୍ଟାର୍ଟଅପ ଓ କର୍ପୋରେଟ ଜଗତରେ ବ୍ୟବହାର ହେଉଥିବା ଏକ ଶବ୍ଦ । ଗୋଟିଏ ଷ୍ଟାର୍ଟଅପର ମୂଲ୍ୟାଙ୍କନ ୧ ବିଲିୟନ (୧୦୦ କୋଟି) ଡଲାର ଟପିଲେ ତାହାକୁ ଏକ ୟୁନିକର୍ନ ବୋଲି କୁହାଯାଏ । ସେହିପରି ଏକ ଷ୍ଟାର୍ଟଅପର ମୂଲ୍ୟାଙ୍କନ ୧୦ ବିଲିୟନ ଡଲାର ବା ୧ ହଜାର କୋଟି ଡଲାର ଟପିଲେ ତାହାକୁ ଏକ ଡିକାକର୍ନ ବୋଲି କୁହାଯାଏ ।  ଏଣୁ ଆଇପିଏଲକୁ ଏକ ଡିକାକର୍ନ ବୋଲି କୁହାଯାଉଛି । ୨୦୦୮ରେ ଆରମ୍ଭ ହୋଇଥିବା ଆଇପିଏଲର ଅସୀମ ଲୋକପ୍ରିୟତା ଓ ସଫଳତାକୁ ଏହା ଦର୍ଶାଉଛି ।

କନସଲ୍ଟିଂ ସଂସ୍ଥା ଡିଏଣ୍ଡପିର ରିପୋର୍ଟ ଅନୁସାରେ ୨୦୨୦ରେ ଆଇପିଏଲର ମୂଲ୍ୟାଙ୍କନ ୬.୨ ବିଲିୟନ ଡଲାର ଥିଲା, କିନ୍ତୁ ଏବେ ତାହା ୧୦ ବିଲିୟନ ଡଲାର ଟପିଯାଇଛି । ଆଇପିଏଲକୁ ଯଦି ଏକ ଷ୍ଟାର୍ଟଅପ ବୋଲି କୁହାଯାଏ ଓ ଦେଶର ଅନ୍ୟ ଷ୍ଟାର୍ଟଅପମାନଙ୍କ ସହ ତୁଳନା କରାଯାଏ, ତେବେ ଏହାକୁ ଦେଶର ସବୁଠାରୁ ସଫଳ ଷ୍ଟାର୍ଟଅପ ବୋଲି କୁହାଯିବ ।

Spread the love