IPS ସ୍ତରରେ ପରିବର୍ତ୍ତନ: ବିନୟାନନ୍ଦ ଗୃହ ବିଭାଗର ଓଏସ୍‍ଡି, ସୁଧାଂଶୁ ଷଡଙ୍ଗୀଙ୍କୁ ରେଳବାଇ ପୁଲିସ୍‍ ଦାୟିତ୍ୱ

ଆଇପିଏସ୍‍ ସ୍ତରରେ ବିରାଟ ପଟପରିବର୍ତ୍ତନ । ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ୧୯୮୮ ବ୍ୟାଚ୍‍ ଆଇପିଏସ୍‍ ବିନୟାନନ୍ଦ ଝାଙ୍କୁ ଗୃହ ବିଭାଗର ଓଏସ୍‍ଡି ଭାବେ ନିଯୁକ୍ତ ଦେଇଛନ୍ତି ସରକାର । ସେହିପରି ୧୯୮୯ ବ୍ୟାଚ୍‍ ଆଇପିଏସ୍‍ ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କୁ ଓଏଚ୍‍ଆରସିର ଅତିରିକ୍ତ ପୁଲିସ୍‍ ମହାନିର୍ଦ୍ଦେଶ ଭାବେ ନିଯୁକ୍ତି ଦିଆଯାଇଛି ।

ଅନ୍ୟ ପକ୍ଷରେ ୧୯୯୦ ବ୍ୟାଚ୍‍ ଆଇପିଏସ୍‍ ସୁଧାଂଶୁ ଷଡଙ୍ଗୀଙ୍କୁ ରେଳବାଇ ପୁଲିସ୍‍ ଓ ଉପକୂଳ ସୁରକ୍ଷା ଦାୟିତ୍ୱ, ୨୦୦୩ ବ୍ୟାଚ୍‍ ଆଇପିଏସ୍‍ ସଫିନ ଅହମ୍ମଦ ଅଗ୍ନିଶମ ଏବଂ ଗୃହରକ୍ଷୀ ବିଭାଗର ଆଇଜିପି ଏବଂ ୨୦୧୩ ବ୍ୟାଚ୍‍ ଆଇପିଏସ୍‍ ସୁଶ୍ରୀ ଏଲ.ଡିଭ୍ୟାଙ୍କୁ ଢେଙ୍କାନାଳ ଏସ୍‍ପି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର ।

Spread the love