ପୁଅ ହେଇଛି ନା ଝିଅ? ଏହି ପ୍ରଶ୍ନ ପାଇଁ ଡାକ୍ତରୀ ଚାକିରି ଛାଡି IPS ହେଲେ ଯୁବତୀ

ଆମ ସମାଜରେ ଲିଙ୍ଗଗତ ବିଭେଦତା ରହିଛି। ପୁଅ ଝିଅ ମଧ୍ୟରେ ପାତର ଅନ୍ତରର ଧାରା ପୁରୁଣା। ପୁଅଙ୍କୁ ଶକ୍ତିଶାଳୀ ଏବଂ ଝିଅକୁ ଦୁର୍ବଳ ଭାବୁଥିଲା ଲୋକଙ୍କର ଏଠି ଅଭାବ ନାହିଁ। ଖାସ୍‌ ଏହି ରୁଢିବାଦୀ ଚିନ୍ତାଧାରାକୁ ପରିବର୍ତ୍ତନ କରିବା ପାଇଁ ଜଣେ ମହିଳା ଡାକ୍ତର ଚାକିରି ଛାଡି ଆଇପିଏସ୍‌ ହୋଇଛନ୍ତି। ଏହି ଆଇପିଏସ୍‌ ଅଫିସର ଜଣଙ୍କ ହେଉଛନ୍ତି ଉତ୍ତରପ୍ରଦେଶ ମିର୍ଜାପୁରର ଆରତି ସିଂହ।

ଇନ୍‌ଷ୍ଟିଟ୍ୟୁଟ୍ ଅଫ ମେଡିକାଲ୍‌ ସାଇନ୍ସ ବିଏଚ୍‌ୟୁରେ ସ୍ତ୍ରୀ ରୋଗ ବିଭାଗରେ କାମ କରୁଥିଲେ ଆରତି। ପ୍ରତିଦିନ ସେ ପ୍ରସୂତୀ ମାନଙ୍କର ଚିକିତ୍ସା କରୁଥିଲେ। ଡେଲିଭରୀ ପରେ ସାଧାରଣତଃ ପରିବାର ଲୋକୋ ଆସି ଆରତିଙ୍କୁ ନବଜାତ ପୁଅ ନା ଝିଅ ବୋଲି ପଚାରନ୍ତି। ଆରତି କନ୍ୟା ସନ୍ତାନଟେ ଜନ୍ମ ହେଇଛି କହିବା ପରେ ସେମାନଙ୍କର ଚେହେରାରର ରଙ୍ଗ ବଦଳି ଯାଏ। ଝିଅ ଜନ୍ମ ହେବାକୁ ନେଇ ଖୁବ୍‌ କମ୍‌ ପରିବାର ଖୁସି ହେଉଥିଲେ। ଆଉ ଲୋକଙ୍କର ଏଭଳି ପ୍ରତିକ୍ରିୟା ଆରତିଙ୍କୁ ଏକ ଗଭୀର ଚିନ୍ତାରେ ଛାଡିଦେଉଥିଲେ। ଏହାପରେ ଆରତି ଡାକ୍ତରୀ ଚାକିରି ଛାଡି ଆଇପିଏସ୍‌ ହେବାର ନିଷ୍ପତ୍ତି ନେଲେ। ଏବଂ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କଲେ। ଆରତି ଭାବୁଥିଲେ, ଲୋକମାନେ ଝିଅଙ୍କୁ ଦୁର୍ବଳ ଭାବନ୍ତି। ଏଥିପାଇଁ କେହି କନ୍ୟା ସନ୍ତାନ ଜନ୍ମ ଦେବାକୁ ଚାହାନ୍ତିନି। ଲୋକଙ୍କୁ ଭୁଲ୍‌ ପ୍ରମାଣ କରିବା ପାଇଁ ସେ ଆଇପିଏସ୍‌ ହେଇ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଚିନ୍ତା କଲେ।

୨୦୦୪ରେ ରେ ଆରତି ୟୁପିଏସ୍‌ସି ପ୍ରସ୍ତୁତି ଆରମ୍ଭ କଲେ ଏବଂ ୨୦୦୬ରେ ସେ ଏଥିରେ କୃତକାର୍ଯ୍ୟ ହେଲେ। ଏହା ପରେ  ସେ ଭାରତୀୟ ପୋଲିସ୍‌ ସେବାର ଚୟନ କରି ନିଜର ଲକ୍ଷ୍ୟ ହାସଲ କଲେ।

ମହାରାଷ୍ଟ୍ରର ନକ୍ସଲ ପ୍ରଭାବିତ ଜିଲ୍ଲା ଗଢଚିରୋଲିସେ କାମ କରି ନକ୍ସନ ଦମନରେ ସଫଳ ହୋଇଛନ୍ତି ଆରତି। ଆରତିଙ୍କ ପ୍ରଦର୍ଶନକୁ ଦେଖି ତାଙ୍କୁ DG Insignia ଆୱାର୍ଡ ମଧ୍ୟ ମିଳିଛି। ଏହି ଆୱାର୍ଡ କର୍ମକ୍ଷେତ୍ରରେ ୩ବର୍ଷ ପରେ ତାଙ୍କୁ ମିଳିଥିଲା। ଯେତେବେଳେ କି ଏହି ଆୱାର୍ଡ ପାଇଁ ପୋଲିସ୍‌ ବିଭାଗରେ ୧୫ବର୍ଷ ସେବା ପରେ କର୍ମଚାରୀଙ୍କୁ ମିଳିଥାଏ।

କୋଭିଡ୍‌ ସମୟରେ ମଧ୍ୟ ଭଲ ପ୍ରଦର୍ଶନ ପାଇଁ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ତାଙ୍କୁ ବେଶ୍‌ ପ୍ରଶଂସା ମିଳିଛି।

Spread the love