ହୃଦୟ ବିଦାରକ : ଖେଳୁ ଖେଳୁ ନାବାଳକ ଛାତିରେ ପଶିଗଲା ଲୁହାରଡ୍

ଖେଳବେଳେ ଟିକେ ଅସାବଧାନତା ହେଲେ କେତେ ବେଳେ ଜୀବନ ଚାଲିଯିବ ତାହା କହିହେବନି ।  ଏପରି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ । ଜଣେ ନାବାଳିକ ଖେଳୁଥିବା ବେଳେ ନାବାଳକ ଛାତିରେ ଗଳିଗଲା ଲୁହାଛଡ ।  ରବିବାର ଅପରାହ୍ନ ପ୍ରାୟ 5ଟାରେ କେନ୍ଦୁଝରର ନନ୍ଦ କିଶୋର ମହାକୁଡଙ୍କ ବଡ ପୁଅ ଚନ୍ଦନ ମହାକୁଡ ଖେଳୁଥିବା ସମୟରେ ଏହି ଅଘଟଣ ଘଟିଛି ।  ଚନ୍ଦନ 4-5ଫୁଟର ଏକ ଲୁହାଛଡ଼ ଧରି ଘର ନିକଟରେ ଖେଳୁଥିଲେ। ଖେଳୁ ଖେଳୁ ସେ ପଡ଼ିଯାଇଥିଲେ।

ଏହି ସମୟରେ ଲୁହାଛଡ଼ଟି ତାଙ୍କ ଛାତିରେ ପଶି ଯାଇଥିଲା। ଚିତ୍କାର ଶୁଣି ଘର ଲୋକେ ଧାଇଁ ଆସିଥିଲେ। ପୁଅର ଅବସ୍ଥା ଦେଖି ହଠାତ କ’ଣ କରିବେ ବୁଝିପାରିନଥିଲେ। ସଙ୍ଗେସଙ୍ଗେ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଡାକ୍ତର କଟକ ବଡ଼ଡାକ୍ତରଖାନାକୁ ନେଇଯିବାକୁ ପରାମର୍ଶ ଦେଇଥିଲେ। ତେଣୁ ତାଙ୍କୁ ସଂଗେସଂଗେ କଟକକୁ ସ୍ଥାନାନ୍ତରିତ କରାଯାଇଛି।

Spread the love