ମେଡ଼ିକାଲ କତ୍ତୃପକ୍ଷଙ୍କ ଦାୟିତ୍ୱହୀନତା, ଅପରେସନ ରୋଗୀ ବାରଣ୍ଡାରେ ପଡି ଛଟପଟ

ନୀଳଗିରି,୨୯/୧୦: ନୀଳଗିରି ବ୍ଲକ ବରହମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖାଦେଇଛି ବିକଳ ଚିତ୍ର। ଜନ୍ମ ନିୟନ୍ତ୍ରଣ ପାଇଁ ଆସିଥିବା ଶତାଧିକ ମହିଳାଙ୍କ ପାଇଁ ନାହିଁ କ୍ୟାମ୍ପର୍ ବ୍ୟବସ୍ଥା। ଖୋଲା ଆକାଶ ତଳେ, ବାହାରେ, ଷ୍ଟାଣ୍ଡରେ, ନଳକୂପ ମୂଳରେ ବିଶ୍ରାମ ନେଉଛନ୍ତି ସ୍ୱାସ୍ଥ୍ୟ ସେବାପାଇଁ ଆସିଥିବା ମହିଳା। ଅସ୍ତ୍ରୋପଚାର ପରେ ଅସୁସ୍ଥ ହୋଇପଡିଛନ୍ତି ଜଣକ ପରେ ଜଣେ ମହିଳା। ମହିଳା ମାନଙ୍କ ପାଇଁ କୌଣସି ପ୍ରକାରର ସୁବ୍ୟବସ୍ଥା କରାଯାଇନଥିବା ଅଭିଯୋଗ ଉଠିଛି। ଏପରି ବ୍ୟବସ୍ଥାକୁ ନା ପସନ୍ଦ କରିଛନ୍ତି ଅଞ୍ଚଳବାସୀ। ତେବେ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ପାଇଁ ଏପରି ଅବସ୍ଥା ହୋଇଛି ବୋଲି ଅଭିଯୋଗ ହୋଇଛି। ଅନ୍ୟପଟେ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟିଦେଇ ଘଟଣାର ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

Spread the love