ଧ୍ୟାନଚାନ୍ଦଙ୍କ ବାୟୋପିକ୍‌ରେ ନଜର ଆସିବେ ଇଶାନ୍‌

ମୁମ୍ବାଇ :  ଅଭିଷେକ ଚୋବେ ହକି ତାରକା ଧ୍ୟାନଚାନ୍ଦଙ୍କ ଉପରେ ଏକ ବାୟୋପିକ ପ୍ରସ୍ତୁତ କରିବେ ବୋଲି ୨୦୨୦ ମସିହା ଡିସେମ୍ବର ମାସରେ ପ୍ରଡ୍ୟୁସର ରୋନି ସ୍କୃବାଲା ଘୋଷଣା କରିଥିଲେ। ଏହି ଫିଲ୍ମରେ ଧ୍ୟାନଚାନ୍ଦଙ୍କ ଭୂମିକାରେ ଈଶାନ ଖଟ୍ଟର ନଜର ଆସିବେ। ଫିଲ୍ମର ଶୁଟିଂ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ବର୍ତ୍ତମାନ ଏହାକୁ ନେଇ ଏକ ନୂଆ ଅପଡେଟ ସାମ୍ନାକୁ ଆସିଛି ।

ଯେଉଁଥିରେ ସୂଚନା ଦିଆଯାଇଛି କି ଈଶାନ ଖୁବଶୀଘ୍ର ଫିଲ୍ମର ଟ୍ରେନିଙ୍ଗ ଆରମ୍ଭ କରିବାକୁ ଯାଉଛନ୍ତି । କହିବାକୁ ଗଲେ ଧ୍ୟାନଚାନ୍ଦଙ୍କୁ ହକିର ଯାଦୁଗର କୁହାଯାଏ। ତେଣୁ ଏହି ସିନେମା ପ୍ରତି ଲୋକଙ୍କର ଆଗ୍ରହ ରହିବା ସ୍ୱଭାବିକ କଥା । ତାଙ୍କ କ୍ୟାରିୟରରେ ସେ ତିନିଟି ଗୋଲ୍ଡ ମେଡାଲ ସହିତ ୧୫ରୁ ଅଧିକ ଗୋଲ ସ୍କୋର କରିଛନ୍ତି। ସେପଟେ ଭାରତର ଗୌରବ ଧ୍ୟାନଚାନ୍ଦଙ୍କ ବାୟୋପିକ ନିର୍ମାଣ କରିବା ପାଇଁ ମେକର୍ସମାନେ ଏକାଠି ମିଶି କାମ କରିବା ଆରମ୍ଭ କରିଦେଲେଣି ।ମିଡିଆ ରିପୋର୍ଟ ଅନୁଯାୟୀ ଏହି ଫିଲ୍ମର ସୁଟିଂ ଚଳିତ ବର୍ଷ ନଭେମ୍ବରରେ ଆରମ୍ଭ ହେବ । ସମସ୍ତ କମିଟମେଣ୍ଟକୁ ପୁରା କରିବା ପରେ ଅଭିଷେକ ବାନାର୍ଜୀ ପ୍ରି-ପ୍ରଡକ୍ସନ କାମ ଆରମ୍ଭ କରିବେ । ଅବଶ୍ୟ ଏବେ ଅଭିଷେକ ବାନାର୍ଜୀ, କୋଙ୍କଣା ସେନ ଶର୍ମା ଓ ମନୋଜ ବାଜପେୟୀ ଷ୍ଟାରକାଷ୍ଟକୁ ନେଇ ବ୍ୟସ୍ତ ଅଛନ୍ତି। କହିବାକୁ ଗଲେ ଈଶାନ ଖଟ୍ଟର ଅଭିଷେକ ଚୋବେଙ୍କୁ “ଉଡତା ପଞ୍ଜାବ”ରେ ଆସିଷ୍ଟ କରିସାରିଛନ୍ତି । ଯେଉଁଥିରେ ଶାହିଦ କପୁର ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହା ବ୍ୟତୀତ ରୋନି ସ୍କୃବାଲାଙ୍କ ଫିଲ୍ମ “ପିପ୍ପ”ରେ ବି ନଜର ଆସିଛନ୍ତି ଈଶାନ ।

Spread the love