ଅଗଷ୍ଟ ୧୫ ପୂର୍ବରୁ ISIS ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ)କୁ ବଡ଼ ସଫଳତା। ଦିଲ୍ଲୀରୁ ଧରାପଡ଼ିଲା ISIS ଆତଙ୍କବାଦୀ। ଆଗକୁ ସ୍ୱାଧୀନତା ଦିବସ ଅଗଷ୍ଟ ୧୫ ଥିବାରୁ ତା ପୂର୍ବରୁ ଆତଙ୍କବାଦୀଙ୍କୁ ଧରିଛି ଏନ୍‌ଆଇଏ। ଗିରଫ ହୋଇଥିବା ମହସିନ ଅହମଦ ସଂଗଠରେ ସକ୍ରିୟତାର ସହ କାମ କରୁଥିଲା।   ରବିବାର ଏନ୍‌ଆଇଏ ଅଭିଯୁକ୍ତ ମହସିନ ଅହମଦର ପୁଅ ମହମ୍ମଦ ଶକିଲ ଅହମଦରର ଘରେ ଚଢ଼ାଉ କରିଥିଲା। ସେ ଏଫ୍‌ ୧୮/୨୭ ଜାପାନୀ ଗଳି ଜୋଗବାଇ ଏକ୍ସଟେଶନ୍‌ ବାଟଲା ହାଉସ୍‌ରେ ରହୁଥିଲା। ଚଢ଼ାଉ ବେଳେ ଘରୁ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି। ଏନ୍‌ଆଇର ସୂଚନା ଅନୁସାରେ ମହଶିନ ଛାତ୍ରମାନଙ୍କ ବ୍ରେନ୍‌ ୱାସ୍ କରି ସେମାନଙ୍କୁ ଆତଙ୍କୀ ସଂଗଠନରେ ମଶିଆଇବାକୁ ଚେଷ୍ଟା କରୁଥିଲ। ତା ସହ ଅନ୍ୟ ନାଁରେ ଟଙ୍କା କାରବାର ସହ କ୍ରିପ୍ଟୋକରେନ୍ସିରେ ନେଣଦେଣ କରୁଥିଲା। ହେଲେ ଏନ୍‌ଆଇ ୨୫ ଜୁନରେ ମାମଲା ରୁଜୁ କରିବା ପରେ ମହସିନ ଉପରେ ନଜର ରଖିଥିଲା। ପୁଲିସ ହାତରୁ ବଞ୍ଚିବା ପାଇଁ ବେନାମୀ ନାଁରେ ଟଙ୍କା କାରବାର କରୁଥିଲା ମହସିନ। ଏନ୍‌ଆଇଏ ଏହାର ଯାଞ୍ଚ କରୁଛି।

Spread the love