ଇସ୍କୋ ଓ ଦୁର୍ଗାପୁର ଇସ୍ପାତ କାରଖାନା ପରିଦର୍ଶନ କଲେ କେନ୍ଦ୍ରମବୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, ୧୮/୧୨: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ୩ଦିନିଆ ପଶ୍ଚିମବଙ୍ଗ ଗସ୍ତ କରି ପ୍ରଥମ ଦିନରେ ଷ୍ଟିଲ୍ ଅଥୋରିଟି ଅଫ୍ ଇଣ୍ଡିଆ ତଥା ସେଲ୍‌ର ବର୍ନପୁର ସ୍ଥିତ ଇସ୍କୋଇସ୍ପାତ କାରଖାନା ଓ ଦୁର୍ଗାପୁର ଇସ୍ପାତ କାରଖାନା ପରିଦର୍ଶନ କରିବା ସହ ବିଭାଗୀୟ ଅଫିସର ମାନଙ୍କ ସହପରିଚାଳନା କାର୍ଯ୍ୟର ସମୀକ୍ଷା କରିଛନ୍ତି ।ଇସ୍କୋ ଇସ୍ପାତ କାରଖାନା ଦେଶର ଅନ୍ୟତମ ସର୍ବପୂରାତନ ପ୍ରତିଷ୍ଠିତ ଇସ୍ପାତ୍ କାରଖାନା ମଧ୍ୟରୁ ଅନ୍ୟତମଏବଂ ଏହି କାରଖାନା ପୂର୍ଣ୍ଣକାଳୀନ ସମନ୍ୱିତ ଇସ୍ପାତ କାରଖାନା ଭାବେ କାର୍ଯ୍ୟକ୍ଷମ ।

ଶ୍ରୀ ପ୍ରଧାନ ଏହିକାରଖାନାର ସମସ୍ତ କାର୍ଯ୍ୟ, ପରିଚାଳନା ଦେଖିବା ପରେ କାରଖାନାର ଉତ୍ପାଦନ, ଦକ୍ଷତା ଏବଂପରିଚାଳନାର ଲାଭ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ କାରଖାନା କ୍ଷମତାର ଶତପ୍ରତିଶତବ୍ୟବହାର କରିବା ଉପରେ କେନ୍ଦ୍ରମବୀ ପରାମର୍ଶ ଦେବା ସହ ଗୁରୁତ୍ୱାରୋପ କରିଛନ୍ତି ।ଉଲ୍ଲେଖଯୋଗ୍ୟ, ଏହି ପରିଦର୍ଶନ ବେଳେ ଶ୍ରୀ ପ୍ରଧାନ କାରଖାନାରେ କାମ କରୁଥିବା ଶ୍ରମିକ ଓ କର୍ମଚାରୀଙ୍କ ସହ କଥା ହେବା ସହ ସେମାନଙ୍କର କାମ ସ ମ୍ବନ୍ଧରେ ପଚାରି ବୁଝିଥିଲେ ।

Spread the love