1oo ଆତଙ୍କବାଦୀ ଶିବିର ଉପରେ ଇସ୍ରାଏଲର ଆକ୍ରମଣ

ତେଲ ଅଭିଭରେ ଲଞ୍ଚ କରାଯାଇଥିବା ରକେଟର ଜବାବରେ ଇସ୍ରାଏଲ ସେନା ପକ୍ଷରୁ ଗାଜାରେ ଥିବା ପାଖାପାଖି ଶହେ ଆତଙ୍କବାଦୀ ଶିବିର ଉପରେ ବିମାନ ଆକ୍ରମଣ କରାଯାଇଛି। ଯୁଦ୍ଧ ବିମାନ ଓ ହେଲିକପ୍ଟର ସହାୟତାରେ ହମାସ ସହ ଜଡିତ ଥିବା ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରାଯାଇଥିବା ସେନା ସୂତ୍ରରୁ ପ୍ରକାଶ।

ଏହି ବିମାନ ଆକ୍ରମଣ ପରେ ଇସ୍ରାଏଲ ଓ ପାଲେଷ୍ଟାଇନ୍‌ ମଧ୍ୟରେ ପରିସ୍ଥିତି ଆହୁରି ଖରାପ ହୋଇପାରେ ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ଶୁକ୍ରବାର ଗାଜା ପଟ୍ଟିରେ ବୋମା ବର୍ଷଣର ଶବ୍ଦ ଶୁଣିଥିବା କହିଛନ୍ତି ପାଲେଷ୍ଟାଇନ୍‌ବାସୀ। ଏହି ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା କଥା ହେଲା ସୁରକ୍ଷାକର୍ମୀଙ୍କ ଶିବିର ଉପରେ ଇସ୍ରାଏଲ ବିମାନ ଆକ୍ରମଣ କରିଛି। 

Spread the love