ହରିୟାଣା ସରକାର କାହିଁକି ଇସ୍ରାଏଲ ପାଇଁ ୧୦ ହଜାର ଲୋକଙ୍କୁ ନିଯୁକ୍ତି ଦେବାକୁ ଯାଉଛନ୍ତି ?

ଇସ୍ରାଏଲରେ ଦଶ ହଜାର ପଦ ପାଇଁ ହରିୟାଣା ସରକାର ନିଯୁକ୍ତି ଆବେଦନ ପ୍ରକାଶ କରିଛନ୍ତି । ପ୍ରଥମ ଥର ପାଇଁ ହରିଆଣା ରାଜ୍ୟ ସରକାର ବିଦେଶରେ ଚାକିରି ପାଇଁ ସୁଯୋଗ ପ୍ରଦାନ କରୁଛି । ‘ହରିଆଣା କୌଶଳ ରୋଜଗାର ନିଗମ’ ଏହି ବିଜ୍ଞାପନ ବାହାର କରିଛି । କମ୍ପାନୀର ୱେବସାଇଟର ଏହି ବିଜ୍ଞାପନରେ ଦୁବାଇରେ ସିକ୍ୟୁରୀଟି ଗାର୍ଡ, ଲଣ୍ଡନରେ ଷ୍ଟାଫ ନର୍ସ ଏବଂ ଇସ୍ରାଏଲରେ କନଷ୍ଟ୍ରକସନ ୱାର୍କ ପାଇଁ ନିଯୁକ୍ତି ବାହାରିଛି । ଏହି ବିଜ୍ଞାପନରେ ଇସ୍ରାଏଲକୁ ଏଥିପାଇଁ ଗୁରୁତ୍ବ ଦିଆଯାଇଛି ଯେ ସେଠାପାଇଁ ଦଶହଜାର ନିଯୁକ୍ତି ବାହାରିଛି । ଅନ୍ୟ ଦୁଇ ଦେଶ ପାଇଁ ମାତ୍ର ୧୭୦ ପଦବୀ ଖାଲି ଅଛି । ଇସ୍ରାଏଲରେ ଚାକିରି ପାଇବା ପାଇଁ କମ୍ପାନୀ ନିର୍ମାଣ କ୍ଷେତ୍ରରେ ଚାରୋଟି ଭିନ୍ନ ଭିନ୍ନ ପଦବୀ ପାଇଁ ନିଯୁକ୍ତି ସୁଯୋଗ ଅଛି । ୭ ଅକ୍ଟୋବରରେ ହମାସ ଆକ୍ରମଣ କରିବା ପରେ ଇସ୍ରାଏଲ ସମସ୍ତ ପଲେଷ୍ଟାନିୟ ମାନଙ୍କ ୱାର୍କ ପରମିଟ ରଦ୍ଦ କରିଦେଇଛି । ଇସ୍ରାଏଲରେ ପ୍ରାୟ ୧ ଲକ୍ଷରୁ ଅଧିକ ପଲେଷ୍ଟାନିୟ ଲୋକ କାମ କରୁଥିଲେ । ଏହି ସମସ୍ତ ୧ ଲକ୍ଷ ଲୋକଙ୍କୁ କାମରୁ ବାହାର କରିଦେବା ପରେ ଏବେ ଇସ୍ରାଏଲରେ ଏକ ପ୍ରକାର ଶ୍ରମିକ ସଙ୍କଟ ସୃଷ୍ଟି ହେଇଛି । ବର୍ତ୍ତମାନ ଇସ୍ରାଏଲରେ ପ୍ରାୟ ୧ ଲକ୍ଷ କୁଶଳୀ ଶ୍ରମିକଙ୍କର ଆବଶ୍ୟକତା ଅଛି ।

ଭାରତୀୟ ପ୍ରଥମ ପସନ୍ଦ

ନିଜର ଆବଶ୍ୟକତା ପୁରାଣ ପାଇଁ ଇସ୍ରାଏଲ, ଭାରତୀୟ ଶ୍ରମିକଙ୍କୁ ପ୍ରାଧାନ୍ୟ ଦେଉଛି । ଏହାର କାରଣ ହେଉଛି ଭାରତ ସହ ଗଭୀର ବନ୍ଧୁତା , ଭାରତୀୟ ଲୋକଙ୍କ କାର୍ଯ୍ୟ କୁଶଳତା ଏବଂ ସେମାନଙ୍କର ସଚ୍ଚୋଟତା । ଖାସ ଏଥିପାଇଁ ଇସ୍ରାଏଲର ପ୍ରଥମ ପସନ୍ଦ ହେଲା ଭାରତୀୟ ଶ୍ରମିକ ।

ଏହିସବୁ ଆବଶ୍ୟକତା ପୂରଣ କରିବା ପାଇଁ ‘ହରିଆଣା କୌଶଳ ରୋଜଗାର ନିଗମ’ ନିର୍ମାଣ କ୍ଷେତ୍ରରେ ଅଭିଜ୍ଞତା ଥିବା ଲୋକଙ୍କଠାରୁ ଆବେଦନ କରୁଛି, କିନ୍ତୁ ସେଠାରେ କିଛି ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ମଧ୍ୟ ଅଛି ।

ଏହି ଚାକିରିରେ ମାସିକ କେତେ ଟଙ୍କା ପାଇବେ ?

ଏପରି ଅନେକ ପ୍ରଶ୍ନ ଅଛି, ଯାହାର ଉତ୍ତର ଜାଣିବା ଜରୁରୀ । ଏହି ବିଷୟରେ କହିବା ପୂର୍ବରୁ, ଇସ୍ରାଏଲରେ କେଉଁ କାର୍ଯ୍ୟ କରିବାକୁ ପଡ଼ିବ ସେ ବିଷୟରେ ଜାଣିବା ପ୍ରଥମେ ଆବଶ୍ୟକ ।

କେଉଁ କାମ କରିବାକୁ ପଡ଼ିବ ?

ହରିଆଣା କୌଶଳ ନିଗମ’ ବିଜ୍ଞାପନ ଅନୁସାରେ ଚାରି ପ୍ରକାର ନିର୍ମାଣ ଶ୍ରମିକ ଦରକାର । ଏଥିରେ ‘ଫ୍ରେମୱାର୍କ, ଶଟରିଂ କାର୍ପେଣ୍ଟର୍’, ‘ଆଇରନ୍ ୱେଲଡର ’, ‘ସେରାମିକ୍ ଟାଇଲ୍’ ଏବଂ ‘ପ୍ଲାଷ୍ଟରିଙ୍ଗ ’ ଅନ୍ତର୍ଭୁକ୍ତ । ବିଜ୍ଞାପନ ଅନୁଯାୟୀ ‘ଫ୍ରେମୱାର୍କ, ଶଟରିଂ କାର୍ପେଣ୍ଟର୍’, ‘ଆଇରନ୍ ୱେଲଡର ପାଇଁ ୩ ହଜାର ଲେଖା ୬ ହଜାର  ଏବଂ ‘ସେରାମିକ୍ ଟାଇଲ୍’ ଏବଂ ‘ପ୍ଲାଷ୍ଟରିଙ୍ଗ ’ ପାଇଁ ୨ ହଜାର ଲେଖା ୪ ହଜାର ଏପରି ସମୁଦାୟ ଦଶ ହଜାର ନିଯୁକ୍ତି ବାହାରିଛି । ଆବେଦନ ପାଇଁ ଅତି କମରେ ତିନିବର୍ଷର ଅଭିଜ୍ଞତା ଥିବା ନିହାତି ଆବଶ୍ୟକ । ପ୍ରାର୍ଥୀ ମେଟ୍ରିକ ପାସ କରିଥିବା ମଧ୍ୟ ଆବଶ୍ୟକ । ବୟସସୀମା ୨୫ ରୁ ୪୫ ମଧ୍ୟରେ ହୋଇଥିବ । ଅତି କମରେ ୫ ବର୍ଷ ପାଇଁ ଚୁକ୍ତି କରିବାକୁ ପଡ଼ିବ । ଅବଶ୍ୟ ପ୍ରତି ବର୍ଷ ଚୁକ୍ତି ନବୀକରଣ କରିବାକୁ ପଡ଼ିବ । ସବୁଠୁ ବଡ଼କଥା ହେଲା ଏସବୁ ପଦବୀ ପାଇଁ ଇଂରାଜୀ ଜାଣିଥିବା ଜରୁରୀ ଆବଶ୍ୟକ ନୁହେଁ ।

‘ହରିଆଣା କୌଶଳ ରୋଜଗାର ନିଗମ’ର , ସଚିବ ପଲ୍ଲବୀ ସାନ୍ଧୀର ନିଜେ ଏହି ସବୁ କମ୍ପାନୀରେ ବେସରକାରୀ ତଥା ବିଦେଶୀ ଚାକିରିର ଦାୟିତ୍। ରହିଛି ।

ତାଙ୍କ ସୂଚନା ଅନୁଯାୟୀ ‘ଆମେ ପ୍ରଥମଥର ପାଇଁ ଏହିପରି ଦରିଆପାରି ନିଯୁକ୍ତି ବାହାର କରିଛୁ’ । ଏହା ଆମ ଯୁବବର୍ଗ ପାଇଁ ଏକ ଭଲ ସୁଯୋଗ ।

ଦରମା କେତେ ମିଳିବ ?

‘ହରିଆଣା କୌଶଳ ରୋଜଗାର ନିଗମ’ର ବିଜ୍ଞାପନ ଅନୁଯାୟୀ ଏହି ସବୁ ପଦ ପାଇଁ ସାକ୍ଷାତକାର ଅନୁଷ୍ଠିତ ହେବ । ଚୟନ ହେଇଥିବା ପ୍ରାର୍ଥୀ ମାନଙ୍କୁ ସେଠାରେ ନିଯୁକ୍ତି ଦିଆଯିବ ।

ଦିନକୁ ୯ ଘଣ୍ଟା ହିସାବରେ ମାସକୁ ୨୬ ଦିନ କାମ କରିବାକୁ ପଡ଼ିବ ।

ଇସ୍ରାଏଲ ଲେବର ନିୟମ ଅନୁସାରେ ଛୁଟି ଆବେଦନ କରିପାରିବେ ।

ମାସିକ ୬୧୦୦ ନ୍ୟୁ ଶେକେଲ ଦରମା ଆକାରରେ ମିଳିବ । ଏହା ଭାରତୀୟ ମୁଦ୍ରାରେ ୧ ଲକ୍ଷ ୩୮ ହଜାର ଟଙ୍କା ହେବ ।

ଏହା ବ୍ୟତୀତ ରହିବା , ମେଡ଼ିକାଲ ସୁବିଧା ମିଳିବ କିନ୍ତୁ ଏଥିପାଇଁ କିଛି ଦେ ଦେବକୁ ପଡ଼ିବ ।

ବିଜ୍ଞାପନ ଅନୁସାରେ ମେଡିକାଲ ଇନସୁରାଂଶ ପାଇଁ ଭାରତୀୟ ମୁଦ୍ରାରେ ୩ ହଜାର ଓ ଆବାସ ପାଇଁ ୧୦ ହଜାର ଟଙ୍କା ଦେବାକୁ ପଡ଼ିବ ।

ଚୁକ୍ତି ଅନୁସାରେ ଏହି ପଇସା ସବୁ ସେଠାକାର ତାଙ୍କ ନାମରେ ଏକ ବ୍ଯାଙ୍କ ଆକାଉଣ୍ଟରେ ଜମା କରାଯିବ । ଚୁକ୍ତି ସାରିବା ପରେ ଏହି ରାଶିକୁ ଏକକାଳୀନ ସୁଧ ସହିତ ଦିଆଯିବ ।

କେବଳ ହରିୟାନା ଲୋକଙ୍କ ପାଇଁ ଏହି ନିଯୁକ୍ତି ସୁଯୋଗ

ସୂଚନା ଅନୁଯାୟୀ ଏହି ସୁଯୋଗ କେବଳ ହରିୟଣା ବାସିନ୍ଦା ମାନଙ୍କ ପାଇଁ ।

Spread the love