୪ଜଣ ମହାକାଶଚାରୀ ମିଶନ ଗଗନଯାନରେ ମହାକାଶକୁ ଯିବେ, ସେମାନଙ୍କ ନାମକୁ ପଢନ୍ତୁ…

ମହାକାଶ ଅନୁସନ୍ଧାନରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ଇସ୍ରୋ । ଚନ୍ଦ୍ରଯାନର ସଫଳତା ପରେ ମିଶନ ଗଗନଯାନର ସଫଳତା ଉପରେ ଫୋକସ କରାଯାଉଛି । ଏହା ଭିତରେ ଯେଉଁ ୪ଜଣ ମହାକାଶଚାରୀ ମିଶନ ଗଗନଯାନରେ ମହାକାଶକୁ ଯିବେ । ଆଜି ସେମାନଙ୍କ ନାଁ ଘୋଷଣା କରାଯାଇଛି । ଗ୍ରୁପରେ ଅଛନ୍ତି ଗ୍ରୁପ କ୍ୟାପଟେନ୍ ପ୍ରଶାନ୍ତ ନାର, ଗ୍ରୁପ କ୍ୟାପଟେନ ଅଜିତ କ୍ରିଷ୍ଣା, ଗ୍ରୁପ କ୍ୟାପଟେନ ଅଙ୍ଗଦ ପ୍ରତାପ, ୱିଙ୍ଗ କମାଣ୍ଡର ଶୁଭ୍ରାଂଶୁ ଶୁକ୍ଲା । ଏମାନଙ୍କ ଗ୍ରୁପର ନାଁ ଆଷ୍ଟ୍ରୋନଟ ୱିଙ୍ଗ ରହିଛି ।ସୂଚନା ଅନୁସାରେ ଚୟନ ହୋଇଥିବା ୪ଜଣ ମହାକାଶଚାରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ମହାକାଶକୁ ପଠାଯିବ ନାହିଁ । ମହିଳା ରୋବଟ ବ୍ୟୋମମିତ୍ରକୁ ଗଗନଯାନରେ ମହାକାଶକୁ ପଠାଯିବ । ଯଦି ପରୀକ୍ଷଣ ସଫଳ ହୁଏ ତେବେ ୪ଜଣ ମହାକାଶଚାରୀଙ୍କୁ ଗଗନଯାନରେ ମହାକାଶକୁ ପଠାଯିବ । ୨୦୨୫ ସୁଦ୍ଧା ଗଗନଯାନରେ ମାନବ ପଠାଇବାକୁ ଲକ୍ଷ୍ୟ ରଖିଛି ଇସ୍ରୋ । କେରଳ ବିକ୍ରମ ସାରାଭାଇ ସ୍ପେଶ ସେଣ୍ଟରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଇସ୍ରୋ ମୁଖ୍ୟ ଏସ ସୋମନାଥ ଯୋଗ ଦେଇଥିଲେ । ଏହି ଅବସରରେ ଚୟନ ହୋଇଥିବା ୪ଜଣ ପାଇଲଟଙ୍କୁ ଆଷ୍ଟ୍ରୋନଟ ୱିଙ୍ଗରେ ସମ୍ମାନିତ କରାଯାଇଛି ।

Spread the love