ମହିଳାଙ୍କ ବିରୋଧରେ ହିଂସା ପ୍ରସଙ୍ଗ, କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ୍ କଲା ବିଜେଡି

ଭୁବନେଶ୍ବର: ମହିଳାଙ୍କ ବିରୋଧରେ ହିଂସା ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀଙ୍କୁ ଟାର୍ଗେଟ୍ କଲା ବିଜେଡି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଲା ବିଜେଡ଼ି। ଓଡ଼ିଶାରେ ପଂଚାୟତ , ପୌର ନିର୍ବାଚନ ଓ ଉପ ନିର୍ବାଚନ ରେ ବିଜେପି ବରସମ୍ବର ହାରି ହତତ୍ସାହିତ ହୋଇଛି। ହାରିଯାଇଥିବା କର୍ମୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଉଦ୍ୟମ କରୁଛନ୍ତି କେନ୍ଦ୍ରମନ୍ତ୍ରୀ। ଏବେ NCRB ର ପିପୋର୍ଟ ସମସ୍ତଙ୍କ ପାଇଁ ଉପଲବ୍ଧ ରହିଛି। ଏଣୁ କେନ୍ଦ୍ରମନ୍ତ୍ରୀ ଏହାକୁ ପରଖି ଉପସ୍ଥାପନା କରିବାର ଥିଲା। ଏହା ସ୍ପଷ୍ଟ କରୁଛି ଯେ ମହିଳାଙ୍କ ଉପରେ ଅଧିକ ହିଂସା ଉତ୍ତରପ୍ରଦେଶ,କର୍ଣ୍ଣାଟକ, ମହାରାଷ୍ଟ୍ର ଆଉ ପଶ୍ଚିମବଙ୍ଗରେ ଅଧିକ ରହିଛି । ଏହି ସବୁ ବିଜେପି ଶାସିତ ରାଜ୍ୟରେ ସବୁଠୁ ଅଧିକ ମହିଳାଙ୍କ ଉପରେ ହିଂସା ହୋଇଛି । ଉତ୍ସାହିତ କରିବା ଭୁଲ ନୁହେଁ ହେଲେ କର୍ମୀଙ୍କୁ ଅର୍ଦ୍ଧସତ୍ୟ ତଥ୍ୟ ଦେଇ ଓଡ଼ିଶାକୁ ଅଧିକ ଅପମାନିତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି।

Spread the love