ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ୧୬୪ କୋଟି ଟଙ୍କା ଜମା କରିବାକୁ ନୋଟିସ

ଦିଲ୍ଲୀ ସରକାରର ସରକାରୀ ବିଜ୍ଞାପନ ବାହାନାରେ ରାଜନୈତିକ ବିଜ୍ଞାପନ ବାବଦରେ ଖର୍ଚ୍ଚ କରିଥିବା ୧୬୩.୬୨ କୋଟି ଟଙ୍କା ତୁରନ୍ତ ଫେରସ୍ତ କରିବାକୁ ନୋଟିସ କରାଯାଇଛି   । ଦିଲ୍ଲୀ ଉପ ରାଜ୍ୟପାଳଙ୍କର ମୁଖ୍ୟ ସଚିବ ପ୍ରଥମେ ଦିଲ୍ଲୀ ସରକାରଙ୍କୁ ଏହି ମାମଲାରେ ୯୭ କୋଟି ଟଙ୍କା ଫେରସ୍ତ କରିବାକୁ ନୋଟିସ ଜାରି କରିଥିଲେ । ହେଲେ ଏହାର ୧ମାସ ପରେ ଏହି ରାଶି ୧୬୩.୬୨ କୋଟି ଟଙ୍କା ବୋଲି ଉପ ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ଦିଲ୍ଲୀ ସରକାରଙ୍କୁ ଏକ ନୋଟିସ ଦିଆଯାଇଛି । ସୂତ୍ର ସୂଚନା ମୁତାବକ ସୂଚନା ଏବଂ ପ୍ରଚାର ନିର୍ଦ୍ଦେଶାଳୟ ଦ୍ୱାରା ଜାରି କରାଯାଇଥିବା ଏହି ନୋଟିସରେ ମୂଳ ରାଶି ଉପରେ ସୁଧ ବି ସାମିଲ କରାଯାଇଛି । ଏହାସହ ଏହି ରାଶି ଆଗାମୀ ୧୦ ଦିନ ମଧ୍ୟରେ ଜମା କରିବାକୁ ନୋଟିସରେ ନିର୍ଦ୍ଦେଶ ଦିଆଯାଇଛି । ଯଦି ନିର୍ଦ୍ଧାରିତ ସମୟରେ ଏହି ଟଙ୍କା ପୈଠ କରାନଯାଏ ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କ୍ରମରେ ଦଳୀୟ ସଂପତ୍ତି ଜବତ କରାଯିବ ବୋଲି ନୋଟିସରେ କୁହାଯାଇଛି ।

Spread the love