ଆଇଟି କ୍ଷେତ୍ରରେ ସବୁଠୁ ଅଧିକ ଦରମା ପାଉଛନ୍ତି ଏହି ବ୍ୟକ୍ତି

ନୂଆଦିଲ୍ଲୀ  : ପ୍ରମୁଖ ଆଇଟି କମ୍ପାନୀ ୱିପ୍ରୋର ମୁଖ୍ୟ ପରିଚାଳନା ଅଧିକାରୀ ଥେରି ଡେଲାପୋର୍ତେଙ୍କର ୨୦୨୧-୨୨ରେ ବାର୍ଷିକ ରୋଜଗାର ୭୯.୬୬ କୋଟି ରହିଛି। ଏହାଦ୍ୱାରା ସେ ଭାରତର ଆଇଟି କ୍ଷେତ୍ରରେ ସବୁଠାରୁ ଅଧିକ ଦରମା ପାଉଥିବା କର୍ମଚାରୀ ହୋଇଛନ୍ତି।ୟୁଏସ୍‌ ସିକ୍ୟୁରିଟିଜ୍ ଏବଂ ଏକ୍ସଚେଞ୍ଜ କମିଶନ୍‌ ଅନୁସାରେ ଜୁନ୍‌୯ରେ ଫାଇଲ କରାଯାଇଥିବା ଏକ ରିପୋର୍ଟରେ ୱିପ୍ରୋ କହିଛି ଯେ ଦରମା ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ୧. ୭ ମିଲିୟନ୍‌ ଡଲାର୍‌   ,କମିଶନ୍‌ ପାଇଁ ୨.୫ ମିଲିୟନ୍‌ ଡଲାର୍‌, ଲାଭ ପାଇଁ ୨ ମିଲିୟନ ଡଲାର ଏବଂ ଅନ୍ୟାନ୍ୟ ସୂତ୍ରରୁ ଖର୍ଚ୍ଚପାଇଁ ୪ ମିଲିୟନ୍‌ ଡଲାର୍‌ ଡେଲାପୋର୍ତେଙ୍କୁ ଦିଆଯାଇଛି। ୱିପ୍ରୋର ମୁଖ୍ୟ ପରିଚାଳନା ଅଧିକାରୀ ୨୦୨୦ରେ ଦାୟିତ୍ୱ  ନେଇଥିଲେ ଏବଂ ତାଙ୍କର ପ୍ରଥମ ୯ ମାସର କାର୍ଯ୍ୟକାଳ ଭିତରେ ତାଙ୍କ ଦରମା୬୪ କୋଟି ଟଙ୍କା ଥିଲା। ଯେଉଁଥିରେ ଦରମା ପାଇଁ ୯.୬କୋଟି ଟଙ୍କା, କମିଶନ୍‌ ପାଇଁ ୧୧.୦୨ କୋଟି, ଅଧିକ ସମୟ କ୍ଷତି ପୂରଣ ପାଇଁ ୫.୫ କୋଟି ଓ ଅନ୍ୟାନ୍ୟ ଆୟ ପାଇଁ ୩୭.୮୧ କୋଟି ଟଙ୍କା ଦିଆଯାଇଛି ବୋଲି ରେଗୁଲେଟୋରି ଫାଇଲିଙ୍ଗରେ କୁହାଯାଇଛି।

Spread the love