ଟାଇମ୍‌ସ ଇଞ୍ଜିନିୟରିଂ ର‌୍ୟାଙ୍କିଙ୍ଗ ସର୍ଭେରେ ଦେଶରେ ଆଇଟିଇଆର୍ ୨୩ତମ ସ୍ଥାନରେ

ଭୁବନେଶ୍ୱର, ୩୧/୭ : ଶୁକ୍ରବାର ପ୍ରକାଶିତ ଟାଇମ୍ସ ଇଞ୍ଜିନିୟରିଂ ର‌୍ୟାଙ୍କିଙ୍ଗ ସର୍ଭେ ୨୦୨୦ ଅନୁଯାୟୀ ଦେଶରେ ୨୩ ତମ ସ୍ଥାନ ହାସଲ କରିଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)ର ଫ୍ୟାକଲ୍ଟି ଅଫ୍  ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ।
ଆଇଆଇଟି-ଭୁବନେଶ୍ୱର ବ୍ୟତୀତ ଓଡ଼ିଶାର ଅନ୍ୟତମ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଭାବେ ଆଇଟିଇଆର୍ ଦେଶର  ଟପ୍ ୨୫ ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନ ପାଇଛି ।  ଏହି ସର୍ଭେରେ ପୂର୍ବ ଭାରତରେ ଆଇଟିଇଆର୍ ୪ର୍ଥ ସ୍ଥାନ ହାସଲ କରିଥିବା ବେଳେ ଦେଶର ୧୦୦ଟି ଘରୋଇ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ତାଲିକାରେ ୧୫ତମ ସ୍ଥାନ ହାସଲ କରିଛି ।  ଗବେଷଣା କ୍ଷେତ୍ରରେ ଦେଶର ୨୦ଟି ପ୍ରମୁଖ ଅନୁଷ୍ଠାନ ମଧ୍ୟରେ ଆଇଟିଇଆର୍ ୮ମ ସ୍ଥାନରେ ରହିଥିବା ବେଳେ  ଶ୍ରେଷ୍ଠ ୫୦ଟି ଘରୋଇ ଅନୁଷ୍ଠାନ ମଧ୍ୟରେ ନିଯୁକ୍ତି କ୍ଷେତ୍ରରେ ୧୩ତମ ସ୍ଥାନରେ ରହିଛି ଆଇଟିଇଆର୍ ।
୧୯୯୬-୯୭ ଶିକ୍ଷା ବର୍ଷରେ ଆରମ୍ଭ ହୋଇଥିବା ଆଇଟିଇଆର୍ ଗୁଣବତା ଶିକ୍ଷାପ୍ରଦାନ, ଗବେଷଣା ଏବଂ ନିଯୁକ୍ତି ସୁଯୋଗ ଓ କୁଶଳୀ ବିକାଶକୁ ନେଇ ବେଶ ପ୍ରସିଦ୍ଧି ଲାଭ କରିପାରିଛି । ସମ୍ପୃକ୍ତ ଅନୁଷ୍ଠାନ ୮ଟି ଅଣ୍ଡର  ଗ୍ରାଜୁଏଟ୍ ଓ ୧୦ଟି ପୋଷ୍ଟ ଗ୍ରାଜୁଏଟ୍ ପ୍ରୋଗ୍ରାମ ସମେତ ୧୪ଟି ବିଭାଗରେ ପିଏଚ୍‌ଡି ପ୍ରଦାନ କରୁଛି । ଆଇଟିଇଆର୍‌ର ଇଞ୍ଜିନିୟରିଂ ପ୍ରୋଗ୍ରାମ ବିଶ୍ୱରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ୟୁଏସ୍‌ଏର
ପ୍ରତିଷ୍ଠିତ ସ୍ୱୀକୃତି ପ୍ରଦାନକାରୀ ସଂସ୍ଥା ଆକ୍ରିଡିସନ୍ ବୋର୍ଡ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଆବେଟ୍‌) ଠାରୁ ସ୍ୱୀକୃତି ଲାଭ କରିଛି । ଆଇଟିଇଆର୍‌ରେ ଜଣେ ଫ୍ୟାକଲ୍ଟିଙ୍କୁ ୯ ଜଣ ଛାତ୍ରଛାତ୍ରୀଙ୍କ ଅନୁପାତ ରହିଥିବା ବେଳେ ଶିକ୍ଷା ପ୍ରଦାନ ଓ  ଗବେଷଣାକୁ ନେଇ ଏହି ଶିକ୍ଷାନୁଷ୍ଠାନ ୟୁନିଭର୍ସିଟି ଅଫ୍ କାଲିଫର୍ଣ୍ଣିଆ, ଡେଭିସ୍‌, ୟୁଏସ୍‌ଏ ଏବଂ ୟୁନିଭର୍ସିଟି ଅଫ୍  କାଲିଫର୍ଣ୍ଣିଆ, ରିଭରସାଇଡ୍‌, ୟୁଏସ୍‌ଏ ଭଳି ବିଶ୍ୱସ୍ତରୀୟ ଅନୁଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟ ସହିତ ଅନୁବନ୍ଧିତ  ହୋଇଛି ।
୨୦୨୦ ଶିକ୍ଷାବର୍ଷରେ ପାସ୍ କରିଥିବା ୯୨ % ଛାତ୍ରଛାତ୍ରୀ ମାଇକ୍ରୋସଫ୍‌ଟ, ଆମାଜନ୍‌, କଗ୍‌ନିଜେଂଟ,  ଡେଲଏଟ୍‌, ବୋସ୍‌, ରିଲାୟନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌, ଆଇବିଏମ୍‌, ଡିଏକ୍ସସି ଟେକ୍ନୋଲୋଜି, ଟାଟା ଷ୍ଟିଲ୍‌, ୱିପ୍ରୋ, ଇନ୍‌ଫୋସିସ୍‌, କେପ୍‌ଜେମିନି, ଏଫ୍‌ଏସ୍‌ଏସ୍‌, ଇନ୍‌ଫୋର୍ମାଟିକା, ହେକ୍ସାୱେର୍‌, ଟିସିଏସ୍‌, ମହିନ୍ଦ୍ରା, ମିଡିଆମିଂଟ୍  ଏବଂ ଆଇଟିସି ଇନ୍‌ଫୋଟେକ୍ ଭଳି ପ୍ରସିଦ୍ଧ କମ୍ପାନୀରେ ନିଯୁକ୍ତି ପାଇଛନ୍ତି ।

Spread the love