ଆଇଟିଇଆର୍ ଦେଶର ଦ୍ୱିତୀୟ ଶ୍ରେଷ୍ଠ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଟାଇମ୍ସ ଇଞ୍ଜିନିୟରିଂ ଇନଷ୍ଟିଚ୍ୟୁଟ୍ସ ର‌୍ୟାଙ୍କିଙ୍ଗ – ୨୦୨୫

ଭୁବନେଶ୍ୱର, ୩୦/୦୫: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ଗୁରୁବାର ପ୍ରକାଶିତ ଟାଇମ୍ସ ଅଲ୍ ଇଣ୍ଡିଆ ଇଞ୍ଜିନିୟରିଂ ଇନ୍‌ଷ୍ଟିଚ୍ୟୁଟ୍ ର‌୍ୟାଙ୍କିଙ୍ଗ୍ ସର୍ଭେ ୨୦୨୫ର ଦେଶର ଦ୍ୱିତୀୟ ଶ୍ରେଷ୍ଠ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଭାବେ ସ୍ଥାନୀତ ହୋଇଛି । ଟାଇମ୍ସ ଅଫ୍ ଇଣ୍ଡିଆ ସମ୍ବାଦପତ୍ର ପକ୍ଷରୁ ପରିଚାଳିତ ଏହି ସର୍ଭେରେ ଦେଶର ୧୭୫ ଟି ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନକୁ ସାମିଲ କରାଯାଇଥିଲା । ସେହିପରି ଦେଶର ଶ୍ରେଷ୍ଠ ୧୨୫ଟି ଘରୋଇ ଇଞ୍ଜିନିୟରିଂ କଲେଜ ଏହି ସର୍ଭେର ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଆଇଟିଇଆର ଦେଶର ୨ୟ ଶ୍ରେଷ୍ଠ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଓ ପୂର୍ବ ଭାରତର ଶ୍ରେଷ୍ଠ ଭାବେ ସ୍ଥାନୀତ ହୋଇଛି। ୨୦୨୪ ଟାଇମ୍ସ ସର୍ଭେରେ ମଧ୍ୟ ଆଇଟିଇଆର୍ ଦେଶର ପ୍ରମୁଖ ଇଞ୍ଜିନିୟରିଂ କଲେଜଗୁଡ଼ିକ ମଧ୍ୟରେ ତୃତୀୟ ସ୍ଥାନ ହାସଲ କରିଥିଲା । ସେହିପରି ଚଳିତ ବର୍ଷ ର‌୍ୟାଙ୍କିଙ୍ଗରେ ଗବେଷଣା କ୍ଷେତ୍ରରେ ଆଇଟିଇଆର ଦେଶର ୩୦ଟି ଅନୁଷ୍ଠାନ ମଧ୍ୟରେ ତୃତୀୟ ସ୍ଥାନ ଏବଂ ପ୍ଲେସ୍‌ମେଂଟରେ ୪ର୍ଥ ସ୍ଥାନ ହାସଲ କରିଛି । ସୂଚନା ଯୋଗ୍ୟ ଯେ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମୱର୍କ (ଏନ୍‌ଆଇଆର୍‌ଏଫ୍ ) ର‌୍ୟାଙ୍କିଙ୍ଗ ୨୦୨୪ ରେ ସୋଆ ଦେଶର ୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତା ପାଇଛି । ୨୦୨୨ରେ ସୋଆକୁ ନାକ ପକ୍ଷରୁ ଏ ପ୍ଲସ ପ୍ଲସ୍ ପୁନଃସ୍ୱୀକୃତି ମିଳିଥିବା ବେଳେ ୟୁଜିସି ପକ୍ଷରୁ କ୍ୟାଟେଗୋରୀ ୧ ଗ୍ରେଡେଡ୍ ଅଟୋନୋମୀର ମାନ୍ୟତା ମିଳିଛି ।

Spread the love