କ୍ଷତିପୂରଣ ଚାହୁଁନାହାଁନ୍ତି ମୃତକଙ୍କ ସମ୍ପର୍କୀୟ : ନ୍ୟାୟ ଦାବି ସହ ଯବାନଙ୍କୁ ଉଚିତ୍ ଦଣ୍ଡ ଦେବା ଜିଦରେ ଅଟଳ ଲୋକେ

ଗୌହାଟୀ ୧୩/୧୨: ନାଗାଲାଣ୍ଡର ମୌନ ଜିଲ୍ଲାରେ ଯବାନ ଗୁଳିରେ ୧୪ ଯୁବକଙ୍କ ଦୁଃଖଦ ମୃତ୍ୟୁର ଗୋଟିଏ ସପ୍ତାହ ପରିଲାଣି । ଏତେ ଦିନ ପରେ ବି ସେଠାରେ ଉତ୍ତେଜନା ପରିସ୍ଥିତି ଥମିନି । ପରିବାର ସଦସ୍ୟ ଓ ଗ୍ରାମବାସୀମାନେ ସରକାରଙ୍କ ପକ୍ଷରୁ ଦିଆଯିବାକୁ ଥିବା ୧୧ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଏବଂ ଏକ ସରକାରୀ ଚାକିରୀ ମନା କରିଦେଇଛନ୍ତି ।

ପରିବାରର ସଦସ୍ୟମାନେ ଦାବି କରିଛନ୍ତି ଯେ ନୀରିହଙ୍କ ପରିବାରକୁ ନ୍ୟାୟ ଦିଆଯାଉ । ଏହାସହ ହତ୍ୟାକାଣ୍ଡରେ ସମ୍ପୃକ୍ତ ସୁରକ୍ଷା ଉଚିତ୍ ଦଣ୍ଡ ଦିଆଯାଉ । ସୂଚନା ଥାଉକି, ସୁରକ୍ଷା ବାହିନୀଙ୍କ ଗୁଳିରେ ନିହତ ୧୪ ଜଣ ଯୁବକଙ୍କ ମଧ୍ୟରୁ ୧୩ ଜଣ ସୋମ ଜିଲ୍ଲାର ଓଟିଙ୍ଗ ଗାଁର । ଖବର ଅନୁଯାୟୀ, ଓଟିଙ୍ଗ ଗ୍ରାମ ପରିଷଦ ଦ୍ୱାରା ଜାରି ଏକ ବିବୃତ୍ତିରେ ଏହା ସ୍ପଷ୍ଟ ହୋଇଛି ଯେ ଜିଲ୍ଲାର ଜଣେ ମନ୍ତ୍ରୀ ତଥା ଡେପୁଟି କମିଶନରଙ୍କ ଦ୍ୱାରା ୧,୮୩,୦୦୦ ଟଙ୍କାର ଏକ ଲଫାପା ଆସିଥିଲା ।

ଗ୍ରାମ ପରିଷଦ ଓଟିଙ୍ଗ କହିଛନ୍ତି ଯେ ଯେତେବେଳେ ଆମକୁ ଏହି ରାଶି ପ୍ରଦାନ କରାଗଲା । ସେତେବେଳେ ଆମେ ଅନୁଭବ କଲୁ ଯେ ଏହା ଆମକୁ ସାହାଯ୍ୟ କରାଯାଇଥିଲା । କିନ୍ତୁ ପରେ ଆମେ ଜାଣିବାକୁ ପାଇଲୁ ଯେ ଏହି ଅର୍ଥ ରାଜ୍ୟ ସରକାର ପ୍ରଦାନ କରୁଥିବା କ୍ଷତିପୂରଣର ପ୍ରଥମ କିସ୍ତି ଭାବରେ ଦିଆଯାଇଥିଲା । ଏହା ଜାମିବା ପରେ ଗ୍ରାମ ପରିଷଦ ଓଟିଙ୍ଗ ଏବଂ ପୀଡିତଙ୍କ ପରିବାର ବର୍ତ୍ତମାନ ଏହି ରାଶି ନେବାକୁ ମନା କରି ଦେଇଛନ୍ତି ।

ସ୍ପଷ୍ଟ କରିଛନ୍ତି ଯେ ଯେତେବେଳେ ଘଟଣାରେ ସଂପୃକ୍ତି ସୁରକ୍ଷା ବାହିନୀଙ୍କୁ କାଠଗଡାରେ ଠିଆ କରାଯାଇନି ଏବଂ ଏହି ସମଗ୍ର ଉତ୍ତର ପୂର୍ବରୁ AFSPAକୁ ନିରସ୍ତ୍ର କରାଯଇନି । ସେପର୍ଯ୍ୟନ୍ତ ଆମେ ସରକାରଙ୍କ ପକ୍ଷରୁ କୌଣସି ସହାୟତା ନେବୁନି । ସୂଚନା ଥାଉକି, ନାଗାଲାଣ୍ଡ ହିଂସାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ସରକାର ୧୧ ଲକ୍ଷ ଟଙ୍କା ଏବଂ ସରକାରୀ ଚାକିରୀ ଦେବାକୁ ନିଷ୍ପତ୍ତି ହୋଇଛି ।

ଅନ୍ୟପକ୍ଷରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଏହାର ଯାଞ୍ଚ ପାଇଁ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ କରିବାକୁ କହିଛନ୍ତି । ଆହୁରି ମଧ୍ୟ ଭବିଷ୍ୟତରେ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ତାଗିଦ କରାଯାଇଛି । ସେହିପରି ନାଗାଲାଣ୍ଡ ପୋଲିସ ସାଧାରଣ ନାଗରିକଙ୍କ ଉପରକୁ ଗୁଳି ଚଳାଇବାରେ ସମ୍ପୃକ୍ତ ଥିବା ହେତୁ ୨୧ ତମ ପାରା SF କମାଣ୍ଡୋଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି।

Spread the love