ଜେଲ୍‌ରେ ଭେଟାଭେଟି ହେବେ ବ୍ଲାକମେଲର ଦମ୍ପତ୍ତି, ସପ୍ତାହରେ ୧୫ ମିନିଟ ସାକ୍ଷାତ ଲାଗି ଅନୁମତି

ଭୁବନେଶ୍ୱର ୨୨/୧୦: ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦ୍ ଗିରଫ ମାମଲା । ଜେଲ୍ ଭିତରେ ପତି-ପତ୍ନୀଙ୍କ ହେବ ଦେଖା ସାକ୍ଷାତ । ଜେଲ ମାନୁଆଲ ଅନୁଯାୟୀ ସପ୍ତାହରେ ଗୋଟିଏ ଦିନରେ ଦେଖା ହୋଇପାରିବ । ଜେଲ୍‌ରେ ପରିବାର ଲୋକଙ୍କ ପାଇଁ ୧୫ ମିନିଟ୍‌ର ଦେଖା ସାକ୍ଷାତ ବ୍ୟବସ୍ଥା ରହିଛି । କେବଳ ରବିବାର ଦିନ ହିଁ ଦେଖା ହେବାର ବ୍ୟବସ୍ଥା ରହିଛି । ଏହି ଅନୁସାରେ ଜେଲରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଦେଖା ହେବେ । ଜେଲର ମହିଳା ୱାର୍ଡର ଓ କିଛି ପୁରୁଷ ୱାର୍ଡରଙ୍କ ଉପସ୍ଥିତିରେ ହେବ ଦେଖା ସାକ୍ଷାତ । ଏବେ ଅର୍ଚ୍ଚନା ମହିଳା ୱାର୍ଡରେ ଥିବା ବେଳେ ଜଗବନ୍ଧୁ ପୁରୁଷ ୱାର୍ଡରେ ଅଛନ୍ତି । ସୂଚନା ଥାଉକି ଶୁକ୍ରବାର ଅର୍ଚ୍ଚନା ନାଗ୍‌ଙ୍କ ସ୍ୱାମୀଙ୍କୁ ଗିରଫ କରିଥିଲା ପୋଲିସ । ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ନାଁରେ ମାନବ ଚାଲାଣ ଭଳି ଲାଗିଛି ୧୬ଟି ସଂଗୀନ ଦଫା । ଏବେ ଜଗବନ୍ଧୁଙ୍କ ଗିରଫ ପରେ କାହା ପାଳି ପଡିବ ତା ଉପରେ ରହିଛି ସମସ୍ତଙ୍କ ନଜର ।

Spread the love