ନିଲମ୍ବିତ ଓ ବହିଷ୍କୃତ ହେଲେ ମଧ୍ୟ ମୁଁ ବିଜେଡିରେ ଅଛି, ଦଳ ପାଇଁ କାମ କରିବି : ପ୍ରଶାନ୍ତ ଜଗଦେବ

ଭୁବନେଶ୍ବର ୧୦।୮: ଜାମିନ୍ ପାଇବା ପରେ ପ୍ରଥମ ଥର ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ପ୍ରଶାନ୍ତ ଜଗଦେବ । ସେ କହିଛନ୍ତି, ନିଲମ୍ବିତ ଓ ବହିଷ୍କୃତ ହେଲେ ମଧ୍ୟ ମୁଁ ବିଜେଡ଼ିରେ ଅଛି । ବିଜେଡି ପାଇଁ କାମ କରିବି । ଏବେ ଘରେ ରହି ଅଞ୍ଚଳବାସୀଙ୍କ ଅଭିଯୋଗ ଶୁଣୁଛି । ମୁଖ୍ୟମନ୍ତ୍ରୀଙ୍କ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛି । ପୂର୍ବରୁ ବହୁ ନେତା ନିଲମ୍ବିତ ଓ ବହିଷ୍କୃତ ହେବା ପରେ ବି ଟିକେଟ୍ ପାଇ ନିର୍ବାଚନ ଲଢ଼ିଛନ୍ତି । ମୁଁ ଆଶା କରୁଛି ମୋତେ ଦଳ ଟିକେଟ୍ ଦେବ ।

Spread the love